ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

କୋକସରା,୧୯/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁରେ ଗ୍ରାମର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ବିଧି ଅନୁସାରେ ରବିବାର ପାଳନ କରାଯାଇଛି। ଦେବୀଙ୍କ ପୁଝାରି ସୁକଚନ ମାଝୀ, ଧନୁର୍ଯ୍ୟ ମାଝୀ ସକାଳୁ ରୀତିନୀତି ଓ ପରମ୍ପରା ଅନୁଯାୟୀ ମା ଲଙ୍କେଶ୍ୱରୀ ଙ୍କ ପୂଜାର୍ଚ୍ଚନା ପରେ କନ୍ଦାଗଡ଼ ଓ ନୂଆଗାଁରୁ ଦେବୀ ଠାକୁରାଣୀ, ମା ମାନ ପୁରିଆଣି, ମା ଛୋଟୀ ଗୋଟେନଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ସମବେତ ଦେବୀଙ୍କ ଲାଠିକୁର୍ସି ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହ ନିଜର ମାନସିକ ପୁରଣ ପାଇଁ ଦେବୀଙ୍କ ଶରଣାପନ୍ନ ହୋଇ ଶୁକ୍ଲଭୋଗ ଓ ରକ୍ତ ଭୋଗ ଅର୍ପଣ କରିଥିଲେ। ଏହି ଅଵସରରେ ଏକ ମଣ୍ଡେଇ ହାଟ ଦେବୀଙ୍କ ମନ୍ଦିର ନିକଟରେ ବସିଥିଲା। ରାତିରେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମିତି ସଭ୍ୟ ବରାଡଙ୍ଗା ପଞ୍ଚାୟତ ଗୁପ୍ତେଶ୍ଵର ବାଗ, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ପଙ୍କଜ ମୁଖ ଚୌଧୁରୀ, ସୋନୁ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିବାବେଳେ ପୂଜା କମିଟିର ସଭାପତି ପ୍ରଭାକର ନାଏକ, ସମ୍ପାଦକ ଭୋଳାନାଥ ମାଝୀ, ସୁଭାଷ ଅଗ୍ରୱାଲ, ଭୁବନେଶ୍ୱର ବାଗ, ବଳରାମ ଦୁର୍ଗା, ଗୋବର୍ଦ୍ଧନ ମାଝୀ, ଧରିତ୍ରୀ ବାଗ, ଡାଲିମ୍ବ ବାଗ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

masiha

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

masiha

Leave a Comment

error: Content is protected !!