ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

ମ.ରାମପୁର,୦୧/୦୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ସଭାପତି ବିଶ୍ବ ମାହାରଙ୍କ ର ନେତୃତ୍ୱ ଆଜି ଓଡିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ସ୍ଥାନୀୟ ଜେନା ବୁଢା ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ଚରିଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ l ଏଥିରେ ବ୍ଲକ ଅଞ୍ଚଳର ଶହ ଶହ ଡ୍ରାଇଭର ସାମିଲ ରହି ସାଧାରଣ ଜନତା ଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ମଦ ପିଇ ଗାଡ଼ି ଚଲାନ୍ତୁ ନାହିଁ, ହେଲମେଟ ପିନ୍ଧି ବାଇକ ଚଳେଇବା, ଗାଡିସିଟ ବେଲ୍ଟ ପିନ୍ଧି ଗାଡ଼ି ଚଳାଇବା ଓ ଦୃତ ଗତି ମହାବିପତ୍ତି, ସଡକ ସୁରକ୍ଷା ଜୀବନ ରକ୍ଷା ଆଦି ସ୍ଲୋଗାନ ଦେଇ ଏବଂ ପ୍ଲାକାର୍ଡ ଧରି ସାଧାରଣ ଜନତା ଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ସାମିଲ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି ୩ ମାସ ହେଲା ଚିନ୍ତାରେ ପରିବାର

masiha

ମସୀହା ପ୍ରଭାବ : ରେବତୀ ର ଚିକତ୍ସା ପାଇଁ ତତ୍ପରତା ଦେଖାଇଲେ ଜିଲ୍ଲା ଚିକିତ୍ସାଧିକାରୀ

Sunil Chandra Nayak

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!