ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା , ୨- ଗଣେଶ ଭସାଣି ବେଳେ ବାଣ ନିଆଁ ପଡ଼ି ଶିଶୁ ଆହତ

ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା 

ଭଞ୍ଜନଗର,୧୭/୦୯ :(ପ୍ରିୟବ୍ରତ ପଣ୍ଡା) ଯୁକ୍ତ ତିନି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ତ୍ରୁଟି ସହ ବର୍ତ୍ତମାନ ଚାଲିଥିବା ଦ୍ୱିତୀୟ ସେମିଷ୍ଟର ଫର୍ମ ଫିଲଅପ୍ ଅବଧି ବୃଦ୍ଧି କରିବା ଦାବି ନେଇ ବୁଧବାର ଦୁଇ କଲେଜର ବହୁ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଅନେକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ତ୍ରୁଟିପୂର୍ଣ୍ଣ ହୋଇଥିବା ଅଭିଯୋଗ କରି ପରୀକ୍ଷା ଫଳ ବାହାରିବା ପରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖା ଦେଇଥିଲା। ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଖରାପ ହେଇଥିବ ସେମାନେ ଅଭିଯୋଗ କରିବା ସହ ଅନେକ ପିଲାଙ୍କ ପେପର ବେକ୍ ଲାଗିଥିବା କହିଥିଲେ। ତେଣୁ ପୁଣି ଥରେ ପରୀକ୍ଷା ଖାତା ଗୁଡ଼ିକର ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଜ ନିଜ କଲେଜର ଅଧକ୍ଷ ମାନଙ୍କୁ ଦାବି ପାତ୍ର ମଧ୍ୟ ଦେଇଥିଲେ। ଇତି ମଧ୍ୟରେ ଦ୍ୱିତୀୟ ସେମିଷ୍ଟର ନେଇ ଫର୍ମ ଫିଲପ୍ ଚାଲିଥିବା ବେଳେ ସେମାନଙ୍କ ଅଭିଯୋଗ ନେଇ କୌଣସି ନିର୍ଯ୍ୟସ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନେଇ ନଥିବାରୁ ଫର୍ମ ଫିଲପ୍ ଅବଧି ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଆଜି ଏବିଭିପି ନେତୃତ୍ୱରେ ଉକ୍ତ ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଏକ ଦାବିପତ୍ର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳରେ ଅନେକ ତ୍ରୁଟି ରହିଥିବା ସେମାନେ ଅଭିଯୋଗ ଆଣିଥିଲେ। ଏଥିରେ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କକୁ ମୂଳ ମାର୍କ ସହ ନ ମିଶାଇବା,କିଛି ପରୀକ୍ଷାର୍ଥୀଙ୍କ ମାର୍କ ସେମାନଙ୍କ ମାର୍କସିଟ ରେ ନଚଢ଼ାଇବା,ଜାଣିଶୁଣି ଫେଲ କରିବା ପାଇଁ ବିଭିନ୍ନ ବିଷୟରେ ଅତି କମ୍ ମାର୍କ ଦେବା ଭଳି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଭଳି ସ୍ଥିତିରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଫର୍ମ ଫିଲପ୍ ଚାଲିଥିବା ବେଳେ ଛାତ୍ରଛାତ୍ରୀ ଏହି ସମସ୍ୟା ସମାଧାନ ହୋଇପାରିନି। ତେଣୁ ସେମାନଙ୍କ ପରୀକ୍ଷା ଖାତା ଗୁଡ଼ିକ ପୁନଃ ମୂଲ୍ୟାଙ୍କନ କରିବା ସହ ୨୫ ତାରିଖ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ କିମ୍ବା ପ୍ରତିଶ୍ରୁତି ନମିଳିଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ଗଣେଶ ଭସାଣି ବେଳେ ବାଣ ନିଆଁ ପଡ଼ି ଶିଶୁ ଆହତ

ଭଞ୍ଜନଗର,୧୭/୦୯ ଭଞ୍ଜନଗର ଥାନା ଅଧିନ ଗୋହିରିବାଡି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବାଣ ନିଆଁ ପଡ଼ି ଜଣେ ଶିଶୁ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଆହତ ଶିଶୁ ଜଣକ ହେଲେ ସେହି ଗ୍ରାମର ସୂର୍ଯ୍ୟ ନାରାୟଣ ଗୌଡ଼ଙ୍କ ପୁଅ ପ୍ରସାଦ ଗୌଡ଼(୧୨)। ପ୍ରସାଦ ଆଜି ସନ୍ଧ୍ୟା ସମୟରେ ଗ୍ରାମର ଏକ ଗଣେଶ ଭସାଣି ଦେଖୁଥିବା ବେଳେ ଏକ ବାଣ ଆସି ତାଙ୍କ କାନ୍ଧରେ ପଡ଼ିବାରୁ ତାର ସାର୍ଟ ଟି ଜଳି ଯାଇଥିଲା ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି। ଏହାପରେ ତୁରନ୍ତ ବାଇକରେ ତାକୁ ପ୍ରଥମେ ମୁଜାଗଡ ଡାକ୍ତରଖାନା ଓ ସେଠାରୁ ଅଟୋରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତାର କାନ୍ଧ ଓ ପିଠିରେ ପୋଡ଼ା ଦାଗ ହୋଇଛି।

Related posts

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

masiha

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

masiha

ହାଣ୍ଡିଶାଳରେ ମହଙ୍ଗା ମାଡ଼ : ରାସନ,ପନିପରିବା,ଇନ୍ଧନ ସବୁ ମହଙ୍ଗା

Sunil Chandra Nayak

Leave a Comment

error: Content is protected !!