ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

ଢେଙ୍କାନାଳ :ତା.୨୨.୦୭.୨୦୧୫ ରିଖ :  : ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।ଡକ୍ଟର ମିଶ୍ର ଜଣେ ସୁସାହିତ୍ୟିକା ଓ ସଂସ୍କୃତ ଗବେଷିକା ଥିଲେ ।ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି।ଡ.ମିଶ୍ର ସଂସ୍କୃତ ପ୍ରାଧ୍ୟାପିକା ଭାବରେ ୨୦୨୨ ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ସାହିତ୍ୟ ସାଧନା ଏବଂ ବିଭିନ୍ନ ଧର୍ମ କାର୍ଯ୍ୟରେ ଜଡିତ ଥିଲେ। ସେ ଢେଙ୍କାନାଳ ଆର୍ଟ ଅଫ୍ ଲିଭିଙ୍ଗର ସଦସ୍ୟା,ଜିଲ୍ଲା ଲେଖକ ସଂସଦର ସଦସ୍ୟା ମଧ୍ୟ ଥିଲେ।ଭାରତ ବିକାଶ ପରିଷଦ ଏବଂ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ସଭାନେତ୍ରୀ ଭାବେ କାର୍ଯ୍ୟରତ ଥିଲେ।ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ।ସେ ବିଭିନ୍ନ ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବକ୍ତା ଭାବରେ ଯୋଗଦେବା ସହିତ ସଂସ୍କୃତ ସାହିତ୍ୟ ରଚନା କ୍ଷେତ୍ରରେ ମନୋନିବେଶ କରି ଅନେକ କାବ୍ୟ,କବିତା ରଚନା କରି ପାଠକୀୟ ଆଦୃତି ଲାଭକରିଥିଲେ। ତାଙ୍କ ବିୟୋଗରେ ଓଡ଼ାପଡ଼ା ପଂଚାୟତ ସମିତି ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠି ତ ହୋଇଥିଲା।ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ।ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପ୍ରତାପରୁଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ,ଭାରତ ବିକାଶ ପରିଷଦ,ବା ଜିରାଉତ୍ ଶାଖା,ଢେଙ୍କାନାଳ ପକ୍ଷରୁ ଇଂଜିନିୟର ବାବୁଚାନ୍ଦ ମହାଳିକଙ୍କ ପୌରୋହିତ୍ୟାରେ ଓ ସ୍ଵାମୀ ବିବେକାନନ୍ଦ ଯୁବ ସଂସଦ ଢେଙ୍କାନାଳ ଶାଖା ପକ୍ଷରୁ ଶଙ୍କର୍ଷଣ ଶତପଥିଙ୍କ ଆବାହକତ୍ୱର ଏକ ଏକ ଶୋକସଭାମାନ ଅନୁଷ୍ଠିତ ହୋଇଯାଇଛି। ପ୍ରୋକ୍ତ ଶୋକ ସଭା ଗୁଡ଼ିକରେ ସେ ଜଣେ ଧର୍ମପ୍ରାଣା,ସୁଗୃହିଣୀ,ଅତ୍ୟନ୍ତ ପ୍ରେମଶୀଳା,ସ୍ନେହୀ,ଦରଦୀ ହୃଦୟାଧାରୀ,ସଦଗୁଣସମ୍ପର୍ଣ୍ଣା, ଅମାୟିକା,ସୁପତ୍ନୀ,ଉଦାର, ପରୋପକାରୀ ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସ୍ୱର୍ଗତା ଡ.ମିଶ୍ର ମୁକ୍ତାଦେଈପୁର ଶାସନର କୁଞ୍ଜବିହାରୀ ମିଶ୍ରଙ୍କ ସୁକନ୍ୟା ଏବଂ ଢେଙ୍କାନାଳର ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ପ୍ରସାଦ ମିଶ୍ର,ଦଧିଚି ସମ୍ମାନ ପ୍ରାପ୍ତା ସମାଜସେବୀ ଶୈଳବାଳା ମିଶ୍ର ଓ ବରିଷ୍ଠ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କର ବଡ଼ ଭଉଣୀ ଥିଲେ ।ରୋଟାରୀ କ୍ଲବ୍ ସଭାପତି ଡକ୍ଟର ହରେକୃଷ୍ଣ କରଙ୍କର ସେ ସହଧର୍ମିଣୀ ଥିଲେ।

ଅବସର ପ୍ରାପ୍ତ ପ୍ରାଧ୍ୟାପିକା ସ୍ୱର୍ଗତ ଡକ୍ତର ସୁଚେତା ମିଶ୍ର ହାଉସିଂ ବୋର୍ଡ଼ କଲୋନୀ,ଢେଙ୍କାନାଳ ଟାଉନ୍ ରେ ଅବସ୍ଥାନ କରୁଥିଲେ।ତାଙ୍କର ଆବିର୍ଭାବ ତା ୦୮.୦୭.୧୯୬୨ରିଖରେ ହୋଇଥିବା ବେଳେ ତିରୋଧାନ ଚଳିତ ଶ୍ରାବଣ ମାସ କୃଷ୍ଣପକ୍ଷ ତୃତୀୟା ଇଂରାଜୀ ତା ୧୩.୦୭.୨୦୨୫ ରିଖ ରବିବାର ରାତ୍ର ଘ.୧.୪୩ ମି.ସମୟରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଇହଲୀଳା ସମ୍ବରଣ କରିଛନ୍ତି।ତାଙ୍କର ଆକସ୍ମିକ ବିୟୋଗରେ ଅମେ ସମସ୍ତେ ଗଭୀର ମର୍ମାହତ।ତାଙ୍କର ସ୍ନେହ,ଶ୍ରଦ୍ଧା,ଭଲପାଇବା ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବ।ତାଙ୍କର ହତଭାଗ୍ୟ ସ୍ବାମୀ ହରେକୃଷ୍ଣ,ପୁତ୍ର ସୋମୁ, କନ୍ୟା ସିମି,ଜାମାତା ଶଙ୍କର,ବଡ଼ଜା ନିରୁ,ବିଦୁ,ସାନଜା ପ୍ରୀତି,ମିତା,ମୀନାକ୍ଷୀ,ଲିଜା,ଦେଢ଼ଶୁର ଜଟି,ଦିଅର ହାତୀ, ଟୁଲୁ,ଲୁଲୁ,ଭାଇ,ଭଉଣୀ,ପୁତୁରା,ଝିଆରୀ,ଭଣଜା,ଭାଣିଜୀ, ସମସ୍ତ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ,ପ୍ରିୟ ପରିଜନ ଓ ବନ୍ଧୁବର୍ଗ ସମସ୍ତେ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରୁଛନ୍ତି। ବି.କେ. ରିସର୍ଟ ଛଣବୋଲୁଅ,ଢେଙ୍କାନାଳ ଠାରେ ତାଙ୍କର ଦ୍ବାଦଶାହ କର୍ମ ତା.୨୪.୦୭.୨୦୨୫ ରିଖ (ଗୁରୁବାର) ଦିନ ୧୨ ଘଟିକା ସମୟରେ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଦିବା ୧ ଘଟିକା ସମୟରେ ପଂକ୍ତି ଭୋଜନ ଅନୁଷ୍ଠିତ ହେବ।ଏଣୁ ,ସ୍ଵର୍ଗତା ଡ.ସୁଚେତା ମିଶ୍ରଙ୍କୁ ଭଲ ପାଉଥିବା ସମସ୍ତଙ୍କୁ ସବିନୟ ଅନୁରୋଧ,ଏହି ଦୁଃଖଦ ମୁହୂର୍ତ୍ତରେ କାର୍ଯ୍ୟସୂଚୀ ଅନୁଯାୟୀ ତାଙ୍କର ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ ପୂର୍ବକ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ହେବେ ।

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

 

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଫାଇଲେରିଆ ଔଷଧ ପ୍ରଦାନକାରୀ ଏବଂ ପରିଦର୍ଶକଙ୍କ ପ୍ରଶିକ୍ଷଣ ଶିବିର 

ଦୁଃଖ କଷ୍ଟ ଘରେ ପହଞ୍ଚି ସାହାଯ୍ୟ ଯୋଗାନ୍ତି ସରପଞ୍ଚ

masiha

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

Sunil Chandra Nayak

Leave a Comment

error: Content is protected !!