ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଠିତ ହେଲା ନବରଙ୍ଗପୁର ଜିଲ୍ଲା ନୋଟାରୀ ସଂଘ :ସଭାପତି ହେଲେ ଦିଲ୍ଲୀପ ବେହେରା ଓ ସମ୍ପାଦକ ରାମ ପ୍ରସାଦ ପାତ୍ର

ଗଠିତ ହେଲା ନବରଙ୍ଗପୁର ଜିଲ୍ଲା ନୋଟାରୀ ସଂଘ

:ସଭାପତି ହେଲେ ଦିଲ୍ଲୀପ ବେହେରା ଓ ସମ୍ପାଦକ ରାମ ପ୍ରସାଦ ପାତ୍ର

ନବରଙ୍ଗପୁର:(୧|୬)(ରବି ନାରାୟଣ ମହାନ୍ତି)କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜିଲ୍ଲାର ସମସ୍ତ ନୋଟାରୀ ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସଂଘ ଗଠନ କରାଯାଇଛି। ଜିଲ୍ଲା ର ପ୍ରଥମ ନୋଟାରୀ ତଥା ଆଇନଜୀବୀ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ତୃପ୍ତି ଲଡ୍ଜ ସମ୍ମିଳନୀ ଗୃହରେ ଆୟୋଜିତ ଏହି ସଭାରେ ଜିଲ୍ଲାର ସମସ୍ତ ଅଞ୍ଚଳ ରୁ ଯୋଗ ଦେଇ ଥିବା ସଦସ୍ୟ ମାନେ ବିଭିନ୍ନ ସମସ୍ୟା ଓ ସଂଘ ଜରିଆରେ ସେଗୁଡ଼ିକ ର କିଭଳି ଭାବେ ପ୍ରତିକାର କରାଯିବ ସେ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାର ସମସ୍ତ ଅଞ୍ଚଳ ର ପ୍ରତିନିଧିତ୍ଵ କୁ ଦୃଷ୍ଟିରେ ରଖି କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦିଲ୍ଲୀପ ବେହେରା, ସମ୍ପାଦକ ଭାବେ ରାମ ପ୍ରସାଦ ପାତ୍ର, ଉପ-ସଭାପତି ଭାବେ ଶାନ୍ତନୁ ବାହିନୀପତି (ଉମରକୋଟ), ଦିବ୍ୟ ରଞ୍ଜନ ପାତ୍ର (ଡାବୁଗାଁ) ଓ ଖଲିଦ ଜିଲାନି (ଉମରକୋଟ), ଯୁଗ୍ମ ସମ୍ପାଦକ ଭାବେ ଅଶୋକ ପାଢ଼ୀ (ଉମରକୋଟ), ଅନୁପମା ଗନ୍ତାୟତ (ନବରଙ୍ଗପୁର) ଓ ରବୀନ୍ଦ୍ର ଜଗନ୍ନାଥ ନାୟକ (ତେନ୍ତୁଳିଖୁଣ୍ଟି), କୋଷାଧ୍ୟକ୍ଷ ଭାବେ ସନ୍ତୋଷ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁବାଷ ଚନ୍ଦ୍ର ପାଳ (ନବରଙ୍ଗପୁର) ଓ ରାଜେନ୍ଦ୍ର ସାହୁ, (ରାଇଘର) ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଗୋଦାବରୀ ଚନ୍ଦ୍ର ମହାପାତ୍ର (ଡାବୁଗାଁ), ଉମା ଶଙ୍କର ତ୍ରିପାଠୀ (ନବରଙ୍ଗପୁର), ସ୍ୱାଧୀନ ପଟ୍ଟନାୟକ (ପାପଡାହାଣ୍ଡି), କେ. ଚନ୍ଦ୍ର ଶେଖର ରେଡ୍ଡୀ (ନବରଙ୍ଗପୁର), ଝାଡ଼େଶ୍ୱର ମହାନ୍ତି (ଉମରକୋଟ), ତପନ ଦେବନାଥ (ଉମରକୋଟ) ଓ କୁଞ୍ଜ ବିହାରୀ ଦାଶ (କୋଷାଗୁମୁଡା) ଙ୍କୁ ମନୋନୀତ କରାଯାଇଥିଲା। ଏହି ସଭାରେ ସନ୍ତୋଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ସମରେଶ ଗନ୍ତାୟତ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ। ସରୋଜ ବିଧାର, ମାନସ ତ୍ରିପାଠୀ, ମନୋହର ମହାନ୍ତି, କାଳୀ ପ୍ରସାଦ ନନ୍ଦ, ମହମ୍ମଦ ହୁସେନ, କୃଷ୍ଣ ଚନ୍ଦ୍ର ନନ୍ଦ, ପୁରୁଷୋତ୍ତମ ସାମନ୍ତ, ଜୟନ୍ତ ପାତ୍ର, ଦିଲ୍ଲୀପ ବିଷୋୟୀ, ମୀନାକ୍ଷୀ ପାଢ଼ୀ, ସନ୍ତୋଷ ନାୟକ, ଯଶୋବନ୍ତ ନାୟକ, ମିହୀର ଶଙ୍କର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ

masiha

Entrepreneurship Awareness Programme Held for Rural Unemployed Youths at Therubali

masiha

ନିର୍ମାଣଧୀନ ରାସ୍ତା କାର୍ଯ୍ୟ କୁ ଜମି ମାଲିକାନା ଓ କ୍ଷତିପୂରଣ ଦାବି କରି ବନ୍ଦ କଲେ, ଫେରିଗଲେ ପ୍ରଶାସନିକ ଅଧିକାରୀ

masiha

Leave a Comment

error: Content is protected !!