ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ

ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ

ତା ୧୯.୬.୨୦୨୬ ରିଖରେ ସ୍ଥାନୀୟ ସଦଭାବନା ଭବନ ସଭାଗାର ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ, ବିଶ୍ବ ରକ୍ତଶିକୁଳି ଦିବସ ପାଳନ ସହିତ ଜିଲ୍ଲା ସମନ୍ବୟ କମିଟି ବୈଠକ ଅନୁଷ୍ଠିତ କରାଯାଇଥିଲା। ଜିଲ୍ଲାପାଳ ଡାଃ ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସହ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ଶିବାସିଶ୍ ମହାରଣା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାଃ ପ୍ରଦୀପ ପ୍ରସାଦ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାଃ ସୁଶିଳା ରିତାପ୍ରଭା କୁଜୁର, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମଗ୍ର ଜିଲ୍ଲାରେ ସିକଲ୍ ସେଲର ସ୍କ୍ରୀନିଂ ବା ପରୀକ୍ଷା, ସିକଲ୍ ସେଲ ରୋଗୀ ମାନଙ୍କର ଉଚିତ ଚିକିତ୍ସା ଉପରେ ବିଶେଷ ଦୃଷ୍ଠି ଦେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବିଶେଷକରି ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡି ସ୍ତରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସିକଲ୍ ସେଲର ସ୍କ୍ରୀନିଂ ବା ପରୀକ୍ଷା ଅଗ୍ରିମଭିତିରେ କରାଇବା ପାଇଁ ଉଭୟ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ। ଉପସ୍ଥିତ ସମସ୍ତ ବିଭାଗକୁ ଜନସଚେତନତା ବଢାଇବା ଦିଗରେ ଏବଂ ସମସ୍ତ ଆଗଧାଡ଼ିର କର୍ମଚାରୀ ମାନଙ୍କର ସିକଲ୍ ସେଲର ସ୍କ୍ରୀନିଂ ବା ପରୀକ୍ଷା କରିବା ପାଇଁ ଉଚିତ ଏବଂ ତ୍ଵରିତ ପଦେକ୍ଷେପ ନେବା ନିମନ୍ତେ ଦିଶା ନିର୍ଦେଶ ପ୍ରଦାନ କରିଥିଲେ। 

ଜିଲ୍ଲାର ସମସ୍ତ ଯୋଗ୍ୟ, ବିଶେଷକରି ୦-୪୦ ବର୍ଷର ସମସ୍ତ ବ୍ୟକ୍ତିଙ୍କର ସିକଲ୍ ସେଲ ଓ ଥାଲାସେମିଆ ରକ୍ତ ପରୀକ୍ଷା କରିବା ନିମନ୍ତେ କାର୍ଯ୍ୟ ଯୋଜନା କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ଦାୟତ୍ଵ ଏବଂ ଭୂମିକା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲା କାର୍ଯକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ବମ୍ବର ବେହେରା, ଜିଲ୍ଲାରେ ଜାତୀୟ ସିକଲ୍ ସେଲ ଆନିମିଆ ନିରାକରଣ ମିସନର ଲକ୍ଷ୍ୟ, ଉପଲବ୍ଧ ସେବା ଏବଂ ବର୍ତମାନର ସ୍ଥିତି ଉପରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଅବସରରେ ସିକଲ୍ ସେଲ ବାହକ ମାନଙ୍କୁ ସିକଲ୍ ସେଲ ଷ୍ଟାଟସ୍ କାର୍ଡ ଏବଂ ସିକଲ୍ ସେଲ ରୋଗୀମାନଙ୍କୁ ଚିକିତ୍ସା ପୁସ୍ତିକା ପ୍ରଦାନ କରାଯାଇଥିଲା। 

ଏହି କାର୍ଯକ୍ରମକୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଶ୍ରୀ ସ୍ଵପ୍ନଜିତ ମହାନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର ଅନସଂକ୍ରମଣ ବିଭାଗ, ଶ୍ରୀ ଅଜୟ ଜେନା (ଏଫ.ଏଲ.ସି), ଶୁଶ୍ରୀ ଅମ୍ରିତା ପଟେଲ (କାର୍ଯକ୍ରମ ସହଯୋଗୀ), ଶ୍ରୀ ଅଞ୍ଜନ କୁମାର ପଟେଲ ଓ ଅନ୍ୟାନ ସ୍ବାସ୍ଥ୍ୟ କର୍ମୀମାନେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ : ୨ଗୁରୁତର

Sunil Chandra Nayak

ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟରେ ଜନସାଧାରଣଙ୍କ ଅସନ୍ତୋଷ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!