ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବକୁ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀଙ୍କ ପରିଦର୍ଶନ ଓ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବକୁ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀଙ୍କ ପରିଦର୍ଶନ ଓ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ଜଳେଶ୍ୱର -୧୬/୫(ମନିସ)-ଜଳେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବକୁ ଇତି ମଧ୍ୟରେ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ମନୋଜ ତ୍ରିପାଠୀ ପରିଦର୍ଶନ କରିଛନ୍ତି।ଏହି ଅବସରରେ ନୁଆବଜ଼ାରସ୍ଥିତ କ୍ଲବ ପରିସରରେ ଆୟୋଜିତ ଉତ୍ସବରେ ପୂର୍ବତନ ସଭାପତି ଶ୍ୟାମା ଚରଣ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ସଭାପତି ପ୍ରାଣକୃଷ୍ଣ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସଭାପତି ସୁନୀଲ କୁମାର ନାୟକ କ୍ଲବର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ତ୍ରିପାଠୀ ରୋଟାରୀ କ୍ଲବର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ସଙ୍ଗଠନକୁ ସୁଦୃଢ ଓ ସୁସଙ୍ଗଠିତ କରିବା ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ। ଏହି କ୍ଲବ କିପରି ଏକ ଅଗ୍ରଣୀ କ୍ଲବ ରୂପେ ନିଜର ସ୍ଥିତି ଜାହିର କରି ପାରିବ,ସେ ସମ୍ପର୍କରେ ଗଭର୍ଣ୍ଣର ବର୍ଣ୍ଣନା କରିଥିଲେ।ଏହି ଅବସରରେ କ୍ଲବ ପକ୍ଷରୁ ପ୍ରାୟୋଜିତ ହୋଇଥିବା ନାମ୍ପୋ ଅଞ୍ଚଳର ସତ୍ୟଭାମା ଓ ସ୍ୱସ୍ତିକୃପା ଆରସିସି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନଡ଼ିଆ କତାରୁ ପାପଛ ଓ ହସ୍ତତନ୍ତ ପଦାର୍ଥ ତିଆରି କରୁଛି, ସେ ସମ୍ପର୍କରେ କ୍ଲବର ଉପଦେଷ୍ଟା ତଥା ଉପସଭାପତି ସୁକୁମାର ରଣା ସୂଚନା ଦେଇଥିଲେ। କ୍ଲବର ପ୍ରତିଷ୍ଠାତା ସଭାପତି ଡ. ଲଳିତ ରଞ୍ଜନ ସେନାପତି,ପୂର୍ବତନ ସଭାପତି ସୁଧୀର କୁମାର କର ଓ ଡ଼ଃ ଅଜିତ କୁମାର ମହାନ୍ତି,ନିର୍ବାଚିତ ସଭାପତି ଡ. ଅକ୍ଷୟ କୁମାର ପରିଡ଼ା ପ୍ରମୁଖ କ୍ଳବର ଆସନ୍ତା ବର୍ଷ ମାନଙ୍କରେ ହେବାକୁ ଥିବା ବିଭିନ୍ନ ପ୍ରକାରର ସେବା ମୂଳକ ପ୍ରକଳ୍ପ ସମ୍ପର୍କରେ ଗଭର୍ଣ୍ଣରଙ୍କ ସହିତ ଆଲୋଚନା କରିଥିଲେ।ଶେଷରେ କ୍ଲବର ପୂର୍ବତନ ସଭାପତି ଡ଼ଃ ନୀଳକଣ୍ଠ ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କ୍ଲବ୍ ପକ୍ଷରୁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ନିଜର ଡାହାଣ ଗୋଡ ହରାଇଥିବା ବାଣୀଦା ଗ୍ରାମର ୪୪ ବର୍ଷ ବୟସ୍କ ବରୁଣ କୁମାର ମହାନ୍ତି ଓ ନୂଆ ବଜାର ଅଞ୍ଚଳର ୧୦ ବର୍ଷର ନାବାଳକ ଦେବ ରଞ୍ଜନ ପାତ୍ରଙ୍କୁ ଦୁଇଟି ତିନି ଚକିଆ ସାଇକେଲ ଗଭର୍ଣ୍ଣର ପ୍ରଦାନ କରିଥିଲେ।ସେହିପରି ଶିକ୍ଷିତ ମହିଳା ଯୁବତୀ ମାନଙ୍କର ଆତ୍ମ ନିଯୁକ୍ତି ପାଇଁ ରୋଟାରୀ ଜିଲ୍ଲା ପକ୍ଷରୁ ୧୫ ଟି ସିଲେଇ ମେସିନ୍ ପ୍ରଦାନ କରାଯିବ ବୋଲି ଗଭର୍ଣ୍ଣର ମନୋଜ ତ୍ରିପାଠୀ ଘୋଷଣା କରିଥିଲେ।ଶେଷରେ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ତ୍ରିପାଠୀଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ 

ଡା.ପ୍ରମୋଥ ନାଥ ଭୂୟାଁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Sunil Chandra Nayak

ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ବନମହୋତ୍ସବ ୨୦୨୬ ପାଳିତ

Leave a Comment

error: Content is protected !!