ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଗୁଣ୍ଠାରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ

ବେଲଗୁଣ୍ଠାରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ

ବେଲଗୁଣ୍ଠା, ତା ୧୫/୦୫ ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି l ବହୁ ସମୟରେ ବେଲଗୁଣ୍ଠା ଟାଙ୍କିବନ୍ଦ ରହୁଛି l ତେଲଥିଲେ ବାଇକ ପାଇଁ ୨୦୦ ଓ କାର ପାଇଁ ୧୦୦୦ ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ସେହିପରି ଗାଙ୍ଗପୁର ପେଟ୍ରୋଲ ପମ୍ପ ଦୁଇଦିନ ହେଲା ବନ୍ଦ ଅଛି l ଗୋବରା ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗିରହୁଛି l ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ ନାହିଁ ନଥିବାର ଅବସ୍ଥାର ସମ୍ମୁଖୀନ୍ନ ହେବେ।

Related posts

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

ଶ୍ରୀମା ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକାଙ୍କ ସ୍ୱର୍ଗବାସ

Sunil Chandra Nayak

Leave a Comment

error: Content is protected !!