ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

ଜୁନାଗଡ଼,୮/୯(ମନୀସ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ନକଲି ସରକାରୀ ଶିକ୍ଷକ ଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେବା ପରେ ଗତ ଜାନୁଆରୀ ୧୬ ତାରିଖ ରେ ଆଞ୍ଚଳିକ ଖବର କାଗଜରେ ଖବର ପ୍ରସାରଣ କରାଯାଇଥିଲା। ଏହି ଖବର କୁ ଭିତ୍ତି କରି କଳାହାଣ୍ଡି ଶିକ୍ଷା ବିଭାଗ ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ତଥ୍ୟ କୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ।ସେଥି ମଧ୍ୟରୁ ଭବାନୀପାଟଣା ବ୍ଲକ ରେ କାର୍ଯ୍ୟରତ ଜଣେ ନିର୍ଦ୍ଧିଷ୍ଟ ସରକାରୀ ଶିକ୍ଷକ  ନାମ ସେହି ଅଭିଯୋଗ ରେ ତଥ୍ୟ ଭିତ୍ତିକ ଭାବେ ରହିଥିଲା। ହେଲେ, ହଠାତ୍ ଅପରାହ୍ନରେ  ଉକ୍ତ ସରକାରୀ ଶିକ୍ଷକ  ଜୁନାଗଡ ଫୋକସ ପ୍ଲସ ସାମ୍ବାଦିକ ଙ୍କୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନ ରେ ମାରି ଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି।ଏହି ଶିକ୍ଷକ ଜଣକ ମୁଁ ତିନି ଚାରି ଥର ଜେଲ୍ ଯାଇଛି,ମୁଁ କାହାକୁ ଖାତିର କରେନାହିଁ,ତୋତେ ଜୀବନ ରେ ମାରି ଦେବି ବୋଲି ଧମକ ଦେଇଥିଲେ। ଏଥି ନେଇ ସାମ୍ବାଦିକ ନିଜ ଜୀବନ ପ୍ରତି ବିପଦ ଥିବାରୁ ଭୟଭୀତ ହୋଇ ସାମ୍ବାଦିକ ସମୁହ ସହ, ବୁଦ୍ଧିଜୀବୀ ମାନଙ୍କ ସହିତ ଯାଇ ଜୁନାଗଡ ଥାନା ରେ ଏତଲା ଦେଇଛନ୍ତି। ଏଥିରେ ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତି, ପ୍ରବୀଣ ପଟ୍ଟନାୟକ,ରବି ଶଙ୍କର ସୁନାନୀ, ପୂର୍ଣ୍ଣ ପାଣିଗ୍ରାହୀ,ବିଜୟ ଦଣ୍ଡସେନା,ଆଦିତ୍ୟ ସ୍ବସ୍ତିଦୀପ ଓ ବୁଦ୍ଧିଜୀବୀ ପୂର୍ନେନ୍ଦୁ ମାଝୀ, ନିରଞ୍ଜନ କନ୍ଦପାନ,ଶରତ ଶବର, ଆଇନଜୀବୀ ଜୟଦେବ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ସାମ୍ବାଦିକ କୁ ହତ୍ୟା ଧମକ ପରେ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ନକଲି ଶିକ୍ଷକ ଙ୍କ ଦୌରାତ୍ମ୍ୟ କୁ ସମସ୍ତେ ନିନ୍ଦା କରିଛନ୍ତି। ଏଭଳି ଘଟଣା କୁ ସାମ୍ବାଦିକ ସମୁହ ଓ ବୁଦ୍ଧିଜୀବୀ ନିନ୍ଦା କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଅବକାରୀ ବିଭାଗର ଚଢ଼ାଉ : ୧୬ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Sunil Chandra Nayak

ରାଉରକେଲା ପୋଲିସ୍ ଦ୍ବାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦ ଟଙ୍କା ନଗଦ ଜବତ

Sunil Chandra Nayak

ବିଶୋଇ ଅଂଚଳରେ ଟ୍ରାନ୍ସଫର୍ମର ତାର ଚୋରୀ ମାମଲାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Leave a Comment

error: Content is protected !!