ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଉଦଘାଟନ

ଥୁଆମୂଳ ରାମପୁର:୨୭/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଏହି ବ୍ଳକରେ ପ୍ରାୟତଃ ଟେଲିଫୋନ ଯୋଗାଯୋଗ କ୍ଷେତ୍ରରେ ବହୁତ ପଛୁଆ,ବ୍ଳକର ଅନେକ ଦୁର୍ଗମ ଅଞ୍ଚଳ ରହିଛି ତନ୍ମଧ୍ୟରୁ ମେଲକୁନ୍ଦେଲ ଗ୍ରାମ ଅଧିବାସୀ ମାନେ ମୋବାଇଲ ଟାଓ୍ବାର ସ୍ଥାପନ ନେଇ ସାଂସଦ ଙ୍କୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ କଳାହାଣ୍ଡି ସାଂସଦ ମୋବାଇଲ ଟାଓ୍ବାର ସ୍ଥାପନ ଓ ଏହି ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ଜାରିରଖି ଥିଲେ। ଏହାର ଫଳ ସ୍ବରୂପ ତାଙ୍କର ଉଦ୍ଯମରେ ଥୁଆମୂଳ ରାମପୁର ବ୍ଳକର କେତେ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ବାର ସ୍ଥାପନ କାମ ଶେଷ ହୋଇଯାଇଛି। ପୁଣି ଆଗକୁ ଆହୁରି ଟେଲି ଯୋଗଯୋଗରେ ଏକ ପାଦ ଅଗ୍ରସର ହୋଇଥିବା ବେଳେ ସାଂସଦ ଙ୍କ ପ୍ରୟାସରେ ତଲମପଦର ଗ୍ରାମ ଠାରେ ଗତ ତା ୨୬/୦୪/୨୦୨୩ ରିଖ ଦିନ ଜିଓ ଟାଓ୍ବାର ଉଦଘାଟନ ଓ ଆଜି ଯଥା ତା ୨୭/୦୪/୨୦୨୩ ରିଖ ଗୁରୁବାର ଦିନ ଥୁଆମୂଳ ରାମପୁର ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ ଯୋଗଦେଇ ଉଦଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭରତ ମେହେର, ସାଂସଦ ପ୍ରତିନିଧି ତଥା କଳାହାଣ୍ଡି ଟେଲିକମ୍ ସଦସ୍ୟ ଯୁବନେତା ଶ୍ରୀ ବିଷ୍ଣୁ ନାଏକ, ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ୟ୍ଯ ନାଏକ, ଥୁଆମୂଳ ରାମପୁର ମଣ୍ତଳ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଆଲୋକ ନାଏକ,ବିପିନ୍ ନାଏକ,ଏବଂ ସ୍ଥାନୀୟ ଆଶାଦିଦି ଓ୍ବାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମେଲକୁନ୍ଦେଲ ଗ୍ରାମ ତଥା ଆଖପାଖ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ରହି ମାନ୍ଯବର ସାଂସଦ ମହାଶୟ ଓ ସାଂସଦ ପ୍ରତିନିଧି ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

Leave a Comment

error: Content is protected !!