ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

ରାଉରକେଲା: ରାଉରକେଲା କଲେଜ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଆୟୋଜିତ ମାସିକ ସାରସ୍ବତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ, କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ଵ ଓ ପରିଷଦର ସମ୍ପାଦକ ଗାଳ୍ପିକ ସଂଜୀବ କୁମାର ଭୋଇଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଶାରୀରିକ ଶିକ୍ଷଣ ପ୍ରମୁଖ ତଥା ବିଶିଷ୍ଟ ସମାଜସେବୀ ହରେକୃଷ୍ଣ ମାଝୀ ଆଲୋଚ୍ୟ ବିଷୟ ‘ପଞ୍ଚ ପରିବର୍ତ୍ତନ’: ପର୍ଯ୍ଯାବରଣ ସୁରକ୍ଷା, ପରିବାର ପ୍ରବନ୍ଧନ, ସ୍ବ-ବୋଧ, ସାମାଜିକ ସମରସତା ଓ ନାଗରିକ କର୍ତ୍ତବ୍ୟବୋଧ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ପରିଷଦର ଏଭଳି ଆଭିମୁଖ୍ୟକୁ ସାଧୁବାଦ ଦେବା ସହ ପର୍ଯ୍ୟାବରଣ, ପରିବାର ଓ ନାଗରିକ କର୍ତ୍ତବ୍ୟ ଆମ ଦ୍ବାରା କେତେ ସମ୍ପାଦିତ ହୋଇପାରିଛି ଓ ଏହା କେତେ ଅନ୍ୟମାନଙ୍କ ଦ୍ବାରା ଆଦୃତ ହୋଇଛି ତାହା ସମୀକ୍ଷା କରିବା ଦରକାର ବୋଲି ମତ ରଖିଥିଲେ। ଏହା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚକ ତଥା ବିଷୟ ବିଶେଷଜ୍ଞ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାରତୀୟ ପରିବାର ପାଇଁ ଭାରତୀୟ ସଂସ୍କୃତି ଓ ସଭ୍ୟତା ବଞ୍ଚିରହିଛି। ଆଜିର ଅବକ୍ଷୟଗ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିବାର ପ୍ରବନ୍ଧନ ଜରୁରୀ। ପରିବାରରେ ଅତିକମରେ ସପ୍ତାହକୁ ଥରେ ଏକତ୍ର ଭଜନ, ଭୋଜନ ତଥା ସହ ଭ୍ରମଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଜଣେ ସଚେତନ ନାଗରିକ ଭାବେ ସମାଜ ପ୍ରତି ଦାୟିତ୍ଵବୋଧ, ନ୍ୟୂନତମ ଆବଶ୍ୟକତା, ଶିଷ୍ଟାଚାର, ପରିବେଶ ସୁରକ୍ଷାରେ ସମାଜ ତଥା ରାଷ୍ଟ୍ରର କିପରି ଲାଭ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଆଧୁନିକତା ନାମରେ ବିଶୃଙ୍ଖଳା କେବେହେଲେ ସ୍ବାଗତଯୋଗ୍ୟ ନୁହେଁ ବୋଲି ମତ ରଖିଥିଲେ। ପରିଷଦର ସାଧାରଣ ସମ୍ପାଦିକା ଡ. ସୁଷମା ମୋଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ ତଥା ସଂଯୋଜକ ଶ୍ରୀ ଭୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ଡ. ଜେନା ପରିଷଦ ଦ୍ବାରା ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ବୋଲି ମତ ରଖିଥିଲେ। ପରେ ଗାଳ୍ପିକ କାଶୀନାଥ ନନ୍ଦୀ ‘ହଜିଯାଉଥିବା ଚିହ୍ନ ବର୍ଣ୍ଣ’ ଶୀର୍ଷକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂଗଠନ ସମ୍ପାଦକ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ, ଅଧ୍ୟାପିକା ପ୍ରିୟଙ୍କା ପଲେଇ ଓ ଅଧ୍ୟାପିକା ମୋନାଲିସା ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ଆବୃତ୍ତି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତ୍ରିନାଥ ସିଂହ, ବଳରାମ ରାଉଳ, ରଶ୍ମି ସାହୁ, ପ୍ରତାପ ପଣ୍ଡା ଓ ସଂଯୋଜିକା ଦ୍ବୟ ସ୍ବ-ରଚିତ କବିତା ପାଠ କରିଥିଲେ। ଶେଷରେ ସହ-ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ, ସୁମିତ୍ରା ମିଶ୍ର, ଲଳିତା ବେହେରା, ପୁଷ୍ପା ରାଣୀ ପଟେଲ, ଅଜୟ କୁମାର ମହାନ୍ତି, ଶ୍ରୀଧର ସୁନା, ଅଳକା ମହାନ୍ତି, ଚିନ୍ମୟ ତ୍ରିପାଠୀ, ରମାକାନ୍ତ ସାମଲ, ଡ. ସୁମନ ଦତ୍ତ, ଶର୍ମିଲା ଦତ୍ତ, ଆରସୀ ସେନାପତି, ହିମାଂଶୁ ମିଶ୍ର, ଇସ୍ଫାକ ଆଲମ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

masiha

ଦ ହ୍ୟୁମାନିଟୀ ଫାଉଣ୍ଡେସନ ପାଳନ କଲେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Leave a Comment

error: Content is protected !!