ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଗହଳିରେ ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ 

ଗାଁ ଗହଳିରେ ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ 

ଡାବୁଗାଁ, ୭/୬ (ମ.ନି.ସ.)- ପାଚିଲା ଆମ୍ବ ଖାଇବାକୁ କାହାର ବା ଇଛା ନ ଥାଏ | ଋତୁ କାଳୀନ ଏହି ଫଳ ପ୍ରତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଗ୍ରହ ରହିଛି | ସହରାଞ୍ଚଳରେ ଲୋକେ ବଜାରରୁ କିଣି ଖାଉଥିବା ବେଳେ ଗ୍ରାମାଞ୍ଚଳ ର କଥା କିନ୍ତୁ ଅଲଗା | ଗ୍ରାମ ମାନଙ୍କରେ ଥିବା ଆମ୍ବତୋଟା ମାନଙ୍କରେ ଏବେ ମାଳମାଳ ଶିଶୁ ଓ ଯୁବକ ଯୁବତୀ ମାନଙ୍କ ଭିଡ଼ ଜମାଇଥାନ୍ତି | କାରଣ କେତେବେଳେ ପାଚିଲା ଆମ୍ବଟେ ଝଡି ପଡିବ |ଆମ୍ବ ପଡ଼ୁ ପଡ଼ୁ ଧାଇଁ ପଡୁଛନ୍ତି ପିଲାମାନେ |ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଏଭଳି ବହୁ ପୁରୁଣା ଆମ୍ବତୋଟା ସବୁ ରହିଛି |ଏବେ ଆମ୍ବ ଖାଇବାକୁ ଆମ୍ବତୋଟା ମାନଙ୍କରେ ପିଲାମାନଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳୁଛି |ହାତରେ ମୋଟା ବାଡ଼ି ଓ ଟେକାପଥର ଫିଙ୍ଗି ଆମ୍ବ ତୋଳୁଛନ୍ତି |ତାତି ବଢିବା ସହ ପବନରେ ପାଚିଲା ଆମ୍ବ ସବୁ ଝଡି ପଡୁଛି |ଝଡି ପଡୁଥିବା ଆମ୍ବ ଗୋଟାଇ ପିଲାମାନେ ଖୁସିରେ ଖାଉଛନ୍ତି |ଘରୁ ବାହାରି ଆମ୍ବତୋଟା ମାନଙ୍କରେ ଆସର ଜମାଉଛନ୍ତି ପିଲାମାନେ | ବର୍ତ୍ତମାନ ଖରା ଛୁଟି ଚାଲିଥିବାରୁ ସ୍ଥାନୀୟ ପିଲାମାନେ ତୋଟା କୁ ଯାଇ ଆମ୍ବ ତୋଳି ଖାଇବାର ମଜା ନିଆରା ବୋଲି ବୟସ୍କ ବ୍ୟକ୍ତି ମାନେ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଚାଚେରବେଙ୍ଗ ଗସ୍ତ 

masiha

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ସମ୍ବର୍ଦ୍ଧନା

masiha

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

Leave a Comment

error: Content is protected !!