ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡିଲାୟନ ର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା/ ସ୍ଥାନୀୟ ଝିରପାଣି ଠାରେ ମହିଳା ସଂଗଠନ ଲେଡି ଲାୟନ ତରଫରୁ ଅନୁଷ୍ଠାନର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ସଭାପତି ବନ୍ଦିତା ମାହତୋ ଙ୍କ ସଭାପତିତ୍ବ ଓ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ବାର୍ଷିକୋତ୍ସବ ପାଇଁ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପରଭେଜ ଅରୋରା, ଅଶୋକ କକ୍କଡ, ଲାୟନ ଗୌତମ ମିଶ୍ର,କମଳ ଲାକ୍ରା,ନିହାର ରାୟ, ସଂଜୀବ ମହାନ୍ତି, କମଲ ଅଗ୍ରୱାଲ, ସରପଞ୍ଚ ଅଜିତ ତିର୍କୀ,ପ୍ରକାଶ ଶର୍ମା, ସନ୍ଥମା ପିଲାଇ,ଗ୍ରେସୀ ଡେଭିଡ,ଆଶୁତୋଷ ଜୟସ୍ବାଲ,ପ୍ରେମା ଦାସ, ସଂଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ରାହୁଲ ମହାନ୍ତି, ପିଙ୍କୁ ଜୟସ୍ବାଲ, ବ୍ରିଜେଶ ମାହତୋ, ସସ୍ମିତା ପ୍ରଧାନ, ଜୋୟା ତ୍ରିପାଠୀ, କାମିନୀ ମାହତୋ,ଅମ୍ରିତ ନୀଲମ, ଡଃ ବନ୍ଦିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯୋଗ, କରାଟେ, ମ୍ୟାଜିକ, ସୋଲୋ ନୃତ୍ୟ,ପାଶ୍ଚାତ୍ଯ ନୃତ୍ୟ, ସଂଗୀତ, ରାମ୍ପ ସୋ, ଏକକ ନୃତ୍ୟ ଓ ମାର୍ଶଲ ଆର୍ଟ ପ୍ରମୁଖ ପଦର୍ଶିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର କବିତା, ଝୁନୁ, ସ୍ନେହଲତା, ଧନମୟା, ରେଖା, ହେନା, ଚିଲିକା, ପ୍ରଞ୍ଜଳୀ, ନିତାଞ୍ଜଳୀ, ରୀତା, ଲକ୍ଷ୍ମୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନର୍ଲା ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ 

masiha

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!