ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

 ଦିନ ଦ୍ବିପ୍ରହରରେ ଗତ ୧ ତାରିଖ ବଡ଼ବିଲ ସହର, ମୋନି ଟାୱାର ଛକ ନିକଟରେ ବଡ଼ବିଲ ପୋୖରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ ତଥା ସକ୍ରିୟ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଳା କୁ ଗୁଳିକରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ବଡ଼ବିଲ ପୋଲିସ। ସୂଚନା ଅନୁଯାୟୀ ବଡ଼ବିଲ ପୋୖରାଞ୍ଚଳ ମେଡିକାଲ ନିକଟରେ ରହୁଥିବା ସୁଖବିନ୍ଦର କୌର ଓରଫ ରୋଜି ନାମକ ମହିଳା, ନିର୍ବାଚନ ସମୟରେ ବର୍ତ୍ତମାନର ପୋୖରାଧ୍ୟକ୍ଷଙ୍କୁ ସହଯୋଗ କରିଆସୁଥିଲା ଓ ସେଥିପାଇଁ ସେ ଆର୍ଥିକ ସହାୟତା ପାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ସୁନୀଲ ସିହ୍ନା ନାମକ ଯୁବକଙ୍କ ପୌରାଧ୍ୟକଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇଥିଲା। ସୁନିଲଙ୍କ ସହ ପୋୖରାଧ୍ୟକ୍ଷଙ୍କ ଘନିଷ୍ଠତା ହେବାପରେ, ରୋଜି କୁ ଯୋଗାଇ ଆସୁଥିବା ଆର୍ଥିକ ସହାୟତକୁ ପୌରାଧ୍ୟକ୍ଷ ବନ୍ଦ କରିଦେବା ସହ ତାଙ୍କୁ ଆଉ ପ୍ରାଧାନ୍ୟ ଦେଇନଥିଲେ ବଡ଼ବିଲ ନଗରପାଳ। ଆର୍ଥିକ ସ୍ଥିତି ଭଲ ନଥିବାବେଳେ, ରୋଜିକୁ ଆର୍ଥିକ ସହାୟତା ବନ୍ଦ କରିଦେବାରୁ ସୁନୀଲ ଉପରେ ରୋଜି ର ସନ୍ଦେହ ହୋଇଥିଲା ଯେ ସୁନୀଲ ପୋୖରାଧ୍ୟକ୍ଷଙ୍କୁ ଶିଖାଇ ତାକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିଦେଇଛି। ସୁନୀଲ କୁ ରାସ୍ତାରୁ ହଟାଇ ଦେଲେ ସେ ପୋୖରାଧ୍ୟକ୍ଷଙ୍କ ଘନିଷ୍ଠ ହୋଇପାରିବ ଓ ପୂର୍ବପରି ଆର୍ଥିକ ସହାୟତା ମଧ୍ୟ ପାଇବ। ସୁନୀଲକୁ ରାସ୍ତାରୁ ହଟାଇବା ପାଇଁ ମହିଳା ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବଡ଼ବିଲ ଅଂଚଳର ସାକୀର ନାମକ ଯୁବକ ସହ ସୁଖବିନ୍ଦରଙ୍କ ଅନୈତିକ ସମ୍ପର୍କ ଥିଲା, ତାହାର ସୁଯୋଗ ନେଇ ସାକୀରକୁ ସୁନୀଲ ଓରଫ ଭୋଳା କୁ ଜୀବନରେ ମାରିଦେବାକୁ ସାକୀରକୁ ବାଧ୍ୟ କରିଥିଲା ସୁଖବିନ୍ଦର। ପଡୋଶୀ ଝାରଖଣ୍ଡ ରାଜ୍ୟ, ଚକ୍ରଧରପୁର ଅଂଚଳର ଅପରାଧୀ ରିଆସତ ହୁସେନ ସହିତ ସାକୀରର ପରିଚିତ ଥିଲା। ସୁନୀଲକୁ ହତ୍ୟା କରିବାପାଇଁ, ସାକୀର ଚକ୍ରଧରପୁର ଯାଇ ରିଆସତ ସହ ଯୋଗାଯୋଗ କରିଥିଲା। ରୀୟାସତ ତାର ଜଣେ ଘନିଷ୍ଠ ସହଯୋଗୀ କୁହାଯାଉଥିବା, ଚକ୍ରଧରପୁର ଅଂଚଳର ଅପରାଧୀ ରବି ସହ ସାକୀରକୁ ପରିଚୟ କରାଇ ଦେଇଥିଲା। ଚକ୍ରଧରପୁର ର ରୀୟାସତ୍ ଓ ରବି ଏହି ହତ୍ୟାକାଣ୍ଡ ପାଇଁ ୫ ଲକ୍ଷ ଟଙ୍କା ଦାବିକରିଥିଲେ ଓ ସାଢ଼େ ୪ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। ଗତ ୩ ମାସ ପୂର୍ବରୁ ଏହି ଯୋଜନା କରାଯାଇଥିଲା ଓ ଗତ ୧ ତାରିଖ ପୂର୍ବାହ୍ନ ପାଖାପାଖି ୯.୦୦ ସମୟରେ ରିୟାସତ୍ ଓ ରବି ସୁନୀଲ ଓରଫ୍ ଭୋଳାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଘଟଣା ପରେ ବଡ଼ବିଲ ପୋଲିସ ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ହତ୍ୟାକାଣ୍ଡ ର ମୁଖ୍ୟ ମହିଳା ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଖବିନ୍ଦର କୌର ଓରଫ ରୋଜି ସହ ସାକୀରକୁ ଗିରଫ କରିଥିବାବେଳେ, ହତ୍ୟାକାଣ୍ଡ ରେ ବ୍ୟବହୃତ ବୋଲେରୋ ଗାଡ଼ି ନମ୍ବର OR09P- 8865 କୁ ଜବତ କରିଥିବାବେଳେ ପଡୋଶୀ ଝାଡଖଣ୍ଡ ରାଜ୍ୟ ଚକ୍ରଧରପୁର ଅଞ୍ଚଳର ସୁପାରି କିଲର୍ ହତ୍ୟାକାରୀ ରିଆସତ ହୁସେନ ଓ ରବି ଉଭୟ ଏବେବି ଫେରାର ଥିବା ଜଣାପଡିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀଣି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

ଅବକାରୀ ବିଭାଗର ବଡ଼ ସଫଳତା: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

ସାଇ ମନ୍ଦିରରୁ ଚୋରି, ମୂଲ୍ୟବାନ ଅଳଙ୍କାର କିରଟି ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ

Leave a Comment

error: Content is protected !!