ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଆ ଗଙ୍ଗା ଦେବୀ ଙ୍କ ଯାତ୍ରା ସମ୍ପନ୍ନ

ମ,ରାମପୁର,୦୧/୦୪(ମାସୀହା):- ମ, ରାମପୁର ର ପ୍ରସିଦ୍ଧ ଗଙ୍ଗା ଦେବୀ ଙ୍କ ନବ ଦିନାତ୍ମକ ଯାତ୍ରା ସମ୍ପନ୍ନ ହେଇ ଯାଇଛି। ପ୍ରତାହ୍ୟ ମା ଙ୍କ ନଗର ପରିକ୍ରମା ପରେ ଗୋଟିଏ ଦିନ ବିଶ୍ରାମ ଏବଂ ଶେଷ ଦିନ ସମଗ୍ର ମ, ରାମପୁର ସାରା ରାତି ପରିକ୍ରମା ପରେ ସହର ର ମଧ୍ୟ ଭାଗ ରେ ଥିବା ଗଙ୍ଗା ଦେବୀ ଙ୍କ ମନ୍ଦିର ରେ ଏହି ଯାତ୍ରା ଅନୁଷ୍ଠିତ ହେଇଥିଲା। ରଞ୍ଜନ ନାୟକ ଙ୍କ ଠାରେ ମା ସବାର ହେବା ପରେ କଣ୍ଟା ଦୋଳିରେ ଝୁଲି ଥିଲେ ଏବଂ ଭକ୍ତ ମାନଙ୍କ ହାରି ଗୁହାରୀ ଶୁଣିଥିଲେ । ମା ଙ୍କ ପାଖରେ ବୋଦା, କୁକୁଡ଼ା,ପାରା ଆଦି ବଳି ପଡ଼ିଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ମ,ରାମପୁର ରାଜ ପରିବାର ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଓ ଯଶୋବନ୍ତ ସିଂହ ଦେଓ ଙ୍କ ସମେତ ଧରଣୀ ଧର ଧଙ୍ଗଡା ମାଝୀ, ଅନାଦି ଭୋଇ, ଦୂତିଆ ଭୋଇ, ଜୟ ହାତୀ ପ୍ରମୁଖ ସହ ଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟl

Related posts

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

Sunil Chandra Nayak

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

masiha

ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ 

masiha

Leave a Comment

error: Content is protected !!