ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ରେ ମୃତ୍ୟୁ : ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ    

ତିର୍ତୋଲ :-01/04/23 : କାଳ ବୈଶାଖୀ ର ବଜ୍ରପାତ ଅକାଳରେ ନେଇଗଲା ଜୀବନ! ଅଭାବୀ ପରିବାର କୁ ଶୋକ ସାଗରରେ ଡୁବାଇ ଦେଲା ଦଇବ ! କିଏ ଜାଣିଥିଲାଯେ ପରିବାର ପ୍ରତିପୋଷଣ କରୁଥିବା ମୁଖ୍ୟ ବଜ୍ରପାତରେ ଝଡ଼ିପଡ଼ିବେ ବୋଲି ! ଗାଁ ସାରା ଦୁଃଖରେ ମ୍ରିୟମାଣ ! ଆକସ୍ମିକ ମୃତ୍ୟୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ଗାଁ ସାରା ଲୋକଙ୍କ ଭିଡ ! ବର୍ଷା ବି ଛାଡୁ ନଥାଏ ! ସ୍ଥାନୀୟ ସରପଞ୍ଚଙ୍କ ମାର୍ଫତରେ ଶୋକାକୁଳ ପରିବେଶ ମଧ୍ୟରେ ସଂସ୍କାର କରାଗଲା ଶବ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନସ୍ଥ,ମୂଳିସିଂ ପଞ୍ଚାୟତ ର କାବଲପୁର (ବାଘୁଆବାରୀ ) ଗ୍ରାମର ସ୍ୱର୍ଗତ ବାବାଜୀ ଦାସ ଙ୍କ ପୁଅ ପ୍ରଭାତ କୁମାର ଦାସ ଡାକନାମ ମକରା, ବୟସ 47 ଙ୍କର ଗତ ମାର୍ଚ୍ଚ ଏକତିରିଶ ତାରିଖ ଶୁକ୍ରବାର ଦିନ ରାତି ନଅଟା ବେଳେ କାଳବୈଶାଖୀ ବର୍ଷା ଯୋଗୁ ଆକସ୍ମିକ ବଜ୍ରପାତ ରେ ପରଲୋକ ହୋଇଯାଇଛି ! ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଙ୍କ ସହାୟତା ରେ ପ୍ରବଳବର୍ଷା ଲାଗିରହି ଥିବାରୁ ପୋଷ୍ଟମଟମ କରି ନପାରି ଗ୍ରାମ୍ୟ ଶ୍ମାଶନ ରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରାଯାଇଥିଲା ! ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ, ପରିବାର ପ୍ରତିପୋଷଣ ପାଇଁ କୌଣସି ବିକଳ୍ପ ନଥିବାର ଚର୍ଚ୍ଚା ହେଉଥିବା ବେଳେ,ତାଙ୍କର ବିଧବାପତ୍ନୀ ଲତା ଦାସ ଙ୍କୁ ବିଧବାଭତ୍ତା ପ୍ରଦାନ ସହିତ ବ୍ରାହ୍ମଣବାଡ଼ି ରାମେଶ୍ୱର ହାଇସ୍କୁଲ ରେ ଦଶମଶ୍ରେଣୀ ରେ ପଢ଼ୁଥିବା ବଡ଼ଝିଅ ସୌମ୍ୟା ସୌଭାଗିନୀ ଓ କାବଲପୁର ୟୁଜି ଏମ ଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସାନଝିଅ ରାଜଲକ୍ଷ୍ମୀ ଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ଜିଲ୍ଲାପ୍ରଶାସନ, ରାଜ୍ୟ ସରକାର , ସ୍ବେଛାସେବୀ ଅନୁଷ୍ଠାନ ବା ବଦାନ୍ୟମାନ୍ୟ ବ୍ୟକ୍ତିବିଶେଷ ସହାୟତା କରିବାପାଇଁ ସ୍ଥାନୀୟ ଅଧିବାସୀ ଅନିଲ କୁମାର ଦାସ , ଦୀପକ କୁମାର ଦାସ ଓ ନିମାଇଁ ଚରଣ ଦାସ ଙ୍କ ସମେତ ମୂଳିସିଂ ସରପଞ୍ଚ ସାଫି ଆଜାମ ପ୍ରମୁଖ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

masiha

ସମସ୍ୟାରେ ଚିଲିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ,କର୍ମଚାରୀ ଅଭାବ ,ମା ଗୃହ ଅଛି ହେଲେ ହଉନି ଗର୍ଭବତୀ ମହିଳାଙ୍କ ପ୍ରସୂତି 

masiha

ରୂପସା ରେଳ ଜଙ୍କଶନ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଏପ୍ରିଲରେ ଆନ୍ଦୋଳନ ଚେତାବନୀ

masiha

Leave a Comment

error: Content is protected !!