ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗୁମା ବ୍ଲକରେ ମହିଳା ସମାବେଶ ବୈଠକ ଅନୁଷ୍ଠିତ

ବୋରିଗୁମା ବ୍ଲକରେ ମହିଳା ସମାବେଶ ବୈଠକ ଅନୁଷ୍ଠିତ

ବନ୍ଧୁଗାଁ ତ, ୭ /୧୧/୨୩,କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାପତି ଶ୍ରୀମତୀ ପାର୍ବତୀ ମସ୍ତିଙ୍କ ଅଧକ୍ଷତରେ ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମା ବ୍ଲକର ଦୋରା କଂପ୍ଲେକ୍ସ ଠାରେ ବୋରିଗୁମ୍ମା ବ୍ଲକର ୧୨ ଟି ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ମାନଙ୍କୁ ନେଇ ଏକ ବିରାଟ ମହିଳା ସମାବେଶ କରାଯାଇଛି l ଏହି ସମାବେଶରେ ଯୋଗ ଦେଇଥିଲେ ରାଜ୍ୟ ମୁକ୍ତା ଯୋଜନାର ଅଧକ୍ଷା ତଥା ମହିଳା ପର୍ଯ୍ୟବେକ୍ଷିକା ଶ୍ରୀମତୀ ମୀରା ପରିଡା, କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାଳତୀ ମାଝୀ ଏବଂ ଶ୍ରୀମତୀ ତୁଳସୀ କିର୍ଶlନୀ, ବୋରିଗୁମ୍ମା ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଦିପ୍ତୀ ନାୟକ, ବ୍ଲକ ସଭାନେତ୍ରୀ ଶ୍ରୀମତୀ କୁନ୍ଦ ଗଦବା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମାନ ପ୍ରସାଦ ବିଡ଼ିକା, ସମସ୍ତ ୱାର୍ଡ ମହିଳା ସଭାପତି ବୃନ୍ଦ ତଥା ବିଭିର୍ଣ୍ଣ ବର୍ଗରୁ ଆସିଥିବା ମହିଳା ନେତ୍ରୀ ମାନେ l

ଏହି  ମହିଳା ସମାବେଶରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲାଯେ ଆଗାମୀ 2024 ସାଧାରଣ ନିର୍ବାଚନରେ ସମସ୍ତ ମହିଳା ଓ ମହିଳା ସଂଗଠନ ମାନେ ସୁସଂଗଠିତ ହୋଇ କିଭଳି ଭାବରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା, ତଥା କୋଟପାଡ଼ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବା l ସେଇଥି ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯଇଥିଲା ଜେ ମହିଳା ମାନେ ଯଦି ନିର୍ଭୟରେ ଆଗକୁ ଆସି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ବିଭିର୍ଣ୍ଣ ଲୋକାଭିମୁଖୀ ଯୋଜନା ଗୁଡିକୁ କିଭଳି ଭାବରେ ପ୍ରଚାର ପ୍ରସାର ତଥା ତୃଣମୂଳ ସ୍ତରରେ ଉପସ୍ଥାପିତ କରି ସଚେତନ ସୃଷ୍ଟି କରିବା l ଯଦି ସଠିକ ଭାବରେ ମହିଳାମାନେ ଆଗକୁ ଆସନ୍ତି ତାହେଲେ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ 130+ ର ସ୍ବପ୍ନ ନିଶ୍ଚିତ ସାକାର ହେବ ବୋଲି ଆଜିର ବୈଠକରେ ଆଲୋଚନା କୋରାଯାଇ ଥିଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

masiha

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

masiha

ହାଟବାଦଡାରେ ଦୁଗ୍ଧ ଶୀତଳୀ କରଣ ଉଦଘାଟିତ

masiha

Leave a Comment

error: Content is protected !!