ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯାତ୍ରୀବାହୀ ବସ୍ ରୁ ଲକ୍ଷାଧିକ ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଜବତ

ଯାତ୍ରୀବାହୀ ବସ୍ ରୁ ଲକ୍ଷାଧିକ ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଜବତ

ଚୋରା ସାମଗ୍ରୀ ଖୋଜୁ ଖୋଜୁ ବସ୍ ମଧ୍ୟରୁ ୪୮ କେଜି ଗଞ୍ଜେଇ ଜବତ
ଚୋରା ସାମଗ୍ରୀ ଚାଲାଣ ପାଇଁ ବସ୍ କଣ୍ଡକ୍ଟର ଗିରଫ
ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦମ୍ପତି ବାହାର ରାଜ୍ୟର ଦୁଇ ମହିଳା ସମେତ ଜଣେ ଯୁବକ ଗିରଫ

 ମୟୂରଭଞ୍ଜ -୭/୧୧: ( ମସିହା) ଏକ ଘରୋଇ ଯାତ୍ରୀବାହୀ ବସ୍ ରେ ବେଧଡ଼କ ଭାବେ ଚୋରା ସାମଗ୍ରୀ ଓ ଗଞ୍ଜେଇ ଚାଲାଣ ହୋଉଥିବା ବେଳେ ଏହାକୁ ଜବତ କରିବାରେ ବିଶୋଇ ପୋଲିସକୁ ସଫଳତା ମିଳିଛି।ଚୋରା ସାମଗ୍ରୀ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବସ୍ ମଧ୍ୟରୁ ଗଞ୍ଜେଇ ଜବତ ହୋଇଛି ।ବେଇଆନ  ଚୋରାସାମଗ୍ରୀ ଓ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଶୋଇ ଥାନାରେ ୨ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି ।ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଚାଲାଣରେ ଯାତ୍ରୀବାହୀ ବସ୍ ର କଣ୍ଡକ୍ଟର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନ ମାନପୁର ଗ୍ରାମର ଅଜିତ କୁମାର ବେହେରା (୪୨) ଗିରଫ ହୋଇଛନ୍ତି।ସେହିପରି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ବିରଭୂମ ଜିଲ୍ଲା ବଲପୁର ଥାନା ଅଞ୍ଚଳର ଦମ୍ପତ୍ତି ବରୁଣ ବାନାର୍ଜୀ (୫୨) ଓ ଲାଖି ବାନାର୍ଜୀ (୩୪) ଏବଂ ଅନ୍ୟ ଜଣେ ସହଯୋଗୀ ମହିଳା ଉତ୍ତରପ୍ରଦେଶ ଗାଜିପୁର ଜିଲ୍ଳା ଜମାନିଆ ଥାନା ଅଧିନ ଚକାବନ ଗ୍ରାମର ରାମସାକ୍ଷୀ ଦେବୀ (୪୫)।ସୂଚନାଥାଉକି, ଗତକାଲି କେନ୍ଦୁଝର ରୁ କଲିକତା ଅଭିମୁଖେ ଯାଉଥିବା ଅଗ୍ରୱାଲ (ଓଡ଼ି ୧୧ ଇ ୯୪୬୦)ନାମକ ଏକ ଘରୋଇ ବସ୍ ରେ ବେଇଆନ ଚୋରା ସାମଗ୍ରୀ ଚାଲାଣ ହୋଉଥିବା ନେଇ କୌଣସି ବିଶେଷସୂତ୍ରରୁ ଖବର ପାଇ ବିଶୋଇ ଥାନା ଓଆଇସି ମିନି ଭୋଇଙ୍କ ତତ୍ତ୍ୱାବଧାନରେ ଏସ.ଆଇ ଘନଶ୍ୟାମ ମଲ୍ଲିକ ଓ ଏ.ଏସ.ଆଇ କାହ୍ନୁଚରଣ ମାଝୀ ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ରଜାବସା ଠାରେ ଛକି ବସିଥିଲେ।ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୧ ଘଟିକା ସମୟରେ ଉକ୍ତ ସ୍ଥାନରେ ବସ୍ ପହଞ୍ଚିବା ପରେ ବିଶୋଇ ପୋଲିସ ଉଜ୍ତ ବସ୍ ଉପରେ ଅକସ୍ମାତ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ବସ୍ ମଧ୍ୟରୁ କିଛି ଚୋରା  ବ୍ୟାଟେରୀ, ଇଲେକ୍ଟ୍ରି ତାର ଜବତ ଚାଲିଥିବା ସମୟରେ ବସ୍ ମଧ୍ୟରୁ ୪ ଅଖା ଭରା ବିଶିଷ୍ଟ ଗଞ୍ଜେଇ ମିଳିଥିଲା।ଏହି ସମସ୍ତ ଜିନିଷ ଜବତ ହେବା ପରେ ବିଶୋଇ ପୋଲିସ ସମ୍ପୃକ୍ତ ବସ୍ କଣ୍ଡକ୍ଟର ଅଜିତ ଓ କଲିକତାକୁ ଗଞ୍ଜେଇ ନେଉଥିବା ଦମ୍ପତ୍ତି ଓ ମହିଳାକୁ ଗିରଫ କରି ଥାନାକୁ ଆଣିଥିଲା।ଘଟଣା ସମ୍ପର୍କରେ ଖବରପାଇ ଅତିରିକ୍ତ ଏସ.ପି ଉମାଶଙ୍କର ମହାରଣା ଓ ଏସ.ଡି.ପି.ଓ ଗୋକୁଳାନନ୍ଦ ସାହୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ଜବତ ହୋଇଥିବା ବି.ଏସ.ଏନ.ଏଲ(୧୯),ଏୟାରଟେଲ(୨), ଆମରନ(୪) ଓ ଲୁମିନସ୍(୨) କମ୍ପାନୀର ସମୁଦାୟ ୨୭ ଗୋଟି ବ୍ୟାଟେରୀ ଓ ଆଲୁମିନୁୟମ ତାର,କପର ତାର ଓ ପିଭିସି କେବୁଲ ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଉକ୍ତ ସମସ୍ତ ସାମଗ୍ରୀ କେନ୍ଦୁଝରରୁ ବସ୍ ଯୋଗେ କଲିକତା କୁ ଯାଉଥିବାର ସୂଚନା ମିଳିଥିଲା।ସେହିପରି ଜବତ ହୋଇଥିବା ଗଞ୍ଜେଇର ଓଜନ ୪୮ କେଜି ବୋଲି ଜଣାପଡିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଦମ୍ପତ୍ତି ଓ ଅନ୍ୟ ଜଣେ ମହିଳା ଚଢ଼େଇଭୋଳ ଗ୍ରାମ ନିକଟରୁ ଗଞ୍ଜେଇ ନେଇ ବସ୍ ଯୋଗେ କଲିକତା ଯାଉଥିବା ନେଇ ଅତିରିକ୍ତ ଏସ.ପି ଶ୍ରୀଯୁକ୍ତ ମହାରଣା ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।ଚୋରା ବ୍ୟାଟେରୀ ଓ ତାର ଘଟଣାରେ ବିଶୋଇ ଥାନାରେ କେସ ନଂ ୨୧୩/୨୩ ଓ ଗଞ୍ଜେଇ ଚାଲାଣରେ କେସ ନଂ ୨୧୪/୨୩ ରେ ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହିତ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ତେବେ,ଓଡିଶାରୁ କଲିକତାକୁ ଯାଉଥିବା ଯାତ୍ରୀବାହୀ ବସ୍ ଗୁଡିକରେ ବେଧଡ଼କ ଭାବେ  ବେଇଆନ ଚୋରା ଚାଲାଣ ହୋଉଥିବା ବେଳେ ଏଥିରେ ଏକ ବଡ଼ ରାକେଟ ସମ୍ପୃକ୍ତ ଥିବାର ସନ୍ଦେହ ସୃଷ୍ଟି ହୋଇଛି।ଏଣୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯାଇ ଚୋରା ସାମଗ୍ରୀ ଓ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଠାବ କରିବା ନେଇ ତନାଘନା ଚାଲିଛି ବୋଲି ଅତିରିକ୍ତ ଏସ.ପି ଉମାଶଙ୍କର ମହାରଣା ଓ ଏସ.ଡି.ପି.ଓ ଗୋକୁଳାନନ୍ଦ ସାହୁ କହିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

Sunil Chandra Nayak

ଘରୁ ତାଲା ଭାଙ୍ଗି ଚୋରି

masiha

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!