ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

ରାଉରକେଲା/ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଦ୍ବାରା ଶିଳାନ୍ୟାସ ହୋଇଯାଇଛି । ଏହି କ୍ରମରେ ମହାବିଦ୍ୟାଳୟର ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନୂତନ ପାଠ୍ୟକ୍ରମ ସୌଧ ବା ବିଦ୍ୟାଭବନ, ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ମହଲା, ଛାତ୍ରମାନଙ୍କ ପାଇଁ ଯୁବ ବିନୋଦନ କେନ୍ଦ୍ର ଓ ବ୍ୟାୟାମଗାର, ପୂରାତନ ଛାତ୍ର ସଂଘର କାର୍ଯ୍ୟାଳୟ ଏବଂ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟାଳୟକୁ ଅତିଥିମାନଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ନାୟକ ଉଦ୍‌ଘାଟନ କରିଥିଲେ। ଏହା ମଧ୍ୟରୁ ବିଦ୍ୟାଭବନର ନିର୍ମାଣ ରାଜ୍ୟ ସରକାରଙ୍କ ଅନୁଦାନ ପାଣ୍ଠିରେ ହୋଇଥିଲାବେଳେ ବିନୋଦନ କେନ୍ଦ୍ର ମହାନଦୀ କୋଲ୍ ଫିଲ୍ଡସ କମ୍ପାନୀର ସିଏସ୍‌ଆର୍‌ ପାଣ୍ଠିରୁ ନିର୍ମାଣ ହୋଇଛି। ଅନ୍ୟ ସମସ୍ତ କୋଠା ମହାବିଦ୍ୟାଳୟର ନିଜସ୍ବ ସମ୍ବଳରୁ ନିର୍ମାଣ ହୋଇଛି। ସେହିଭଳି ଓଡ଼ିଶା ସରକାରଙ୍କ ଅନୁଦାନରୁ ପ୍ରାୟ ୧କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ହେବାକୁ ଥିବା ମହାବିଦ୍ୟାଳୟର ପୂର୍ବ ଓ ଦକ୍ଷିଣ ପଟ ପାଚେରୀ ସହିତ ସ୍ବୟଂଶାସିତ ପରୀକ୍ଷା ପରିଚାଳନା ବିଭାଗର ପାଚେରୀ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି। ଏହି ଅବସରରେ ବିଦ୍ୟାଭବନ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ପ୍ରଫେସର ବେହେରା ସମସ୍ତଙ୍କୁ ସ୍ବାଗତ କରି ନୂତନ ନିର୍ମାଣ ନିମନ୍ତେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସମସ୍ତେ ଜଣେ ଜଣେ ଭଲ ମଣିଷ ହେବା ସହ ନିଜ ନିଜର ପରିବାର ଓ ଶିକ୍ଷାନୁଷ୍ଠାନର ନାମ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଉତ୍ତମ ନାଗରିକଭାବେ ପରିଣତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଯୋଗଦେଇ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ବିକାଶ ନିମନ୍ତେ ସେ ସମସ୍ତ ଚେଷ୍ଟା ଓ ଉଦ୍ୟମ କରୁଥିବା ଓ ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ କାମନା କରିଥିଲେ। ଏଥିରେ ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦର ସଭାପତି ବିଭୁତି ପୁହାଣ ଗତ କିଛିବର୍ଷ ଧରି ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉପାଧ୍ୟୁତ୍ତର ଛାତ୍ର ବିଶ୍ବଜିତ ପଲାଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନିଜର ବକ୍ତବ୍ୟ ମାଧ୍ୟମରେ ମନ୍ତ୍ରୀ ଓ ଶ୍ରୀ ମହାନନ୍ଦଙ୍କୁ ସାଧୁବାଦ ଜଣାଇଥିଲେ।ଏଥିରେ ସ୍ଥାନୀୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗିରଥି ସାହୁ ଓ ପ୍ରମୋଦ ମହାପାତ୍ରଙ୍କ ସମେତ ପୂରାତନ ଛାତ୍ର ସଂସଦର ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଭାକାର୍ଯ୍ୟକୁ ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟାପକ ପ୍ରଦୀପ ଖେସ୍‌ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପୂରାତନ ଛାତ୍ର ସଂସଦର ଡି ଅଭିକ କୁମାର ଏବଂ ପ୍ରତୀକ ଭୁୟାଁ ପ୍ରମୁଖ ସଦସ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

masiha

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!