ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁରେ ରଥଯାତ୍ରା ପାଳିତ

ଡାବୁଗାଁରେ ରଥଯାତ୍ରା ପାଳିତ

ଡାବୁଗାଁ, ୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ନେତ୍ରଉତ୍ସବ, ନବଯୌବନ ଦର୍ଶନ ପରେ ୩ ଠାକୁର ଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ସନତ କୁମାର ନାୟକ, ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା ଓ ପ୍ରଦୀପ ସାହୁ ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ | ଡାବୁଗାଁ ମନ୍ଦିର ପରିଚାଳନା କମିଟି ଉପସଭାପତି ଜି. ଭେଙ୍କେଟଶ୍ଵର ରାଓ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ | କୁନୁ ପାତ୍ର ଡାହୁକ ଡାକ ଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ସନ୍ଧ୍ୟା ୭ ଘ. ରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଥିଲା | ସୋମବାର ପୂର୍ବାହ୍ନରେ ୩ ଠାକୁର ଙ୍କୁ ପହଣ୍ଡି କରି ଆଡପ ମଣ୍ଡପକୁ ନିଆଯିବ | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ , ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଚନ୍ଦ୍ରଶେଖର ହଜାରୀଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ରଥ ଅଧା ରାସ୍ତାରେ ରହିଥିବା ବେଳେ ବର୍ଷା ହୋଇଥିଲା କିନ୍ତୁ ଭକ୍ତମାନେ ବର୍ଷା ରେ ଭିଜି ରଥ ଟାଣିଥିଲେ | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନାଗୁଡା ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଣ୍ଟାମାଡା ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସ ଆରମ୍ଭ

Leave a Comment

error: Content is protected !!