ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଦଶ ଜାତୀୟ ଭୋଟର ଦିବସ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ 

ପଞ୍ଚଦଶ ଜାତୀୟ ଭୋଟର ଦିବସ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ 

ଅଧିକାରୀ ଓ କର୍ମଚାରୀଙ୍କୁ ଭୋଟର ଦିବସ ସଂକଳ୍ପକୁ ପାଠ କରାଇଲେ ଉପଜିଲ୍ଲାପାଳ

ମୟୂରଭଞ୍ଜ :ତା ୨୪-୦୧-୨୦୨୫ ରିଖ ଆଜି ବାମନଘାଟୀ ଉପଖଣ୍ଡ ପ୍ରଶାସନ ତରଫରୁ ପଞ୍ଚଦଶ ଜାତୀୟ ମତଦାତା ଦିବସ -୨୦୨୫ ପାଳନ ଉପଲକ୍ଷେ ବାମନଘାଟୀ ଉପଜିଲ୍ଲlପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଭା.ପ୍ର. ସେ.ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.।ପ୍ରାରମ୍ଭ ରେ ଉପଜିଲ୍ଲାପାଳ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖ ରେ ଏହି ଦିବସ ପାଳନର ଐତିହାସିକ ପୃଷ୍ଟଭୂମି ଉପରେ ସ୍ମୃତି ଚାରଣ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ.।

ବିଶେଷ କରି ଯୁବ ଭୋଟର ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ରେ ସେମାନଙ୍କ ବହୁମୂଲ୍ୟ ମତଦାନ ସପକ୍ଷରେ ଆକୃଷ୍ଟ ହେବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ୍ତ “ଭୋଟ ଦେବା ର ଅନୁଭୂତି ଅଟେ ଅତୁଳନୀୟ,ଆଗାମୀ ନିର୍ବାଚନ ରେ ମୁଁ ଭୋଟ ଦେବି ନିଶ୍ଚୟ ” ଉପରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିବା ସହ ଦେଶରେ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଯୁବ ଭୋଟର ମାନଙ୍କ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ. ତେଣୁ ଭୋଟର ତାଲିକା ରେ ନୂତନ ଭାବେସଂଯୁକ୍ତ ହୋଇଥିବା 18 ବର୍ଷୀୟ /ବର୍ଷୀୟା ଯୁବ ଭୋଟର ମାନଙ୍କୁ ଆଗାମୀ ନିର୍ବାଚନ ରେ ନିଶ୍ଚିତ ଭାବେ ସେମାନେ ତାଙ୍କର ମତଦାନ ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏତଦ ବ୍ୟତୀତ ଦେଶରେ ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବା ପାଇଁ ତଥା ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିର୍ବାଚନ ପ୍ରକ୍ରିୟା କୁ ମୁକ୍ତ , ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ଏବଂ ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନ ରେ ନିଜ ମତାଧିକାର କରିବାରେ ପ୍ରତ୍ୟେକ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିର୍ବାଚନ ରେ ପ୍ରତ୍ୟେକଟି ଭୋଟ ମୂଲ୍ୟବାନ ଯାହାକି ଗଣତନ୍ତ୍ର କୁ ସୃଦୃଢ଼ କରିବା ସହ ଦେଶର ସାମଗ୍ରିକ ବିକାଶ ରେ ସହାୟକ ହୋଇଥାଏ, ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ତାଙ୍କ ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ଉଚିତ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ.।

ଏହି ପରିପ୍ରେକ୍ଷୀରେ ଉପଜିଲ୍ଲlପାଳ ଉପଖଣ୍ଡ ର ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ମାନଙ୍କୁ ଚଳିତ ବର୍ଷ ଭୋଟର ଦିବସ ଉପଲକ୍ଷେ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ପ୍ରଦତ୍ତ ସଂକଳ୍ପ କୁ ଶପଥ ପାଠ କରାଇ ଥିଲେ.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

Sunil Chandra Nayak

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

Sunil Chandra Nayak

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

masiha

Leave a Comment

error: Content is protected !!