ଲୌହ ଦାନବର ରକ୍ତ ଭୋଜି
ବୈଜୟନ୍ତୀ ମାଳା ମହାପାତ୍ର
ବିଧିର ବିଧାନ କେ କରିବ ଆନ
ବିହି ଲେଖିଅଛି ଯାହା
ତାହା ଘଟୁଅଛି ଦୁଃଖ ଦେଉଅଛି
ଅନ୍ତର ଜଳାଇ ଆହାଃ
ନାହିଁ ରୋଗ ବ୍ୟାଧି ଦେଲା ସେ ସମାଧି
ଅକସ୍ମାତେ ସବୁ ଶେଷ
ଲୌହ ଦାନବର କରାଳ ଦୃଷ୍ଟିର
କବଳରେ ଗଲା ହସ
ବାହାନଗା ରେଳ ଦୁର୍ଘଟଣା ଖେଳ
ଥରାଇ ଦେଉଛି ହିଆ
ପ୍ରତ୍ୟେକ୍ଷ ନ ଦେଖି ଭିଜିଯାଏ ଆଖି
ରୋମ ହେଉଅଛି ଠିଆ
ମନ ଖୁସି ଥିଲା କିଏ ଭାବିଥିଲା
ଏତେ ସବୁ ହେବ ବୋଲି
ରକ୍ତଭୋଜି କଲା ସବୁ ଉଜାଡ଼ିଲା
ଯାହା ନ ହୋଇବ ଭୁଲି
ସଜଡ଼ା ଘରକୁ ଉଜାଡି ଦେବାକୁ
ଇଛା ଥିଲା ଦାନବର
ନିମିଷ ଭିତରେ ଏ ଧରା ବକ୍ଷରେ
ଛୁଟିଲା ସୁଅ ରକ୍ତର
ସବୁର ହେ ମୂଳ ତୁମେ ମହୀପାଳ
ତୁମକୁ ଭରସା କରି
ଯିଏ ରହିଥାଏ ଶେଷ ହୋଇଯାଏ
ଖେଳ କରୁଛ ମୁରାରି
ତୁମେ ପ୍ରଭୂ ସୃଷ୍ଟି ତୁମ ପାଇଁ ନଷ୍ଟି
ତୁମ ପାଇଁ ହେଲା ସବୁ
କେତେ ଯେ ଜୀଵନ ହୋଇଗଲା ଶୂନ୍ୟ
ମୁହୂର୍ତ୍ତରେ ଏହି ଭବୁ
ଦୟାକର ନାଥ ନ କର ଅନାଥ
ଅଛନ୍ତି ଆଉ ଯେତେକ
ତାହାଙ୍କୁ ହେ ରଖ ତୁମେ ପଦ୍ମମୁଖ
ଦୂର କରି ତାଙ୍କ ଦୁଃଖ
ମିନତି ଅନ୍ତର ଶୁଣିବ ଠାକୁର
ଅମର ଆତ୍ମାକୁ ତୁମେ
ଲୀନ କରାଇବ ପ୍ରଭୂ ତୁମ ଠାବ
ଆପଣା ପଣେ ସକ୍ଷମେ
ଅସଜଡା ଘର ଆହେ ବିଶ୍ୱେଶ୍ୱର
ସଜାଡ଼ିବ କରୁଣାରେ
ନୀରିହ ଅଖିର ଲୁହ ଯେ ଅପାର
ପୋଛିଦେବ ହେ ଆଦରେ
ଫୁଲବାଣୀ, କନ୍ଧମାଳ



