ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସରୋଜିନୀ ପତି ଙ୍କ କବିତା l l l ପ୍ରସନ୍ନତା l l l

l l l ପ୍ରସନ୍ନତା l l l

      ସରୋଜିନୀ ପତି

ଚିତ୍ତ ପ୍ରସନ୍ନତା ଥିଲେ ସଜନୀ ଲୋ
     ସବୁଠି ସଫଳ ହେବୁ ।
ମନର ବିଷାଦ ଥିଲେ ବାବୁ ତୋର
    କର୍ମ ରେ ବିଫଳ ହେବୁ ।
ପରମ ଆନନ୍ଦେ ପରମା ନନ୍ଦ ଲୋ
   ଅନ୍ତରରେ ଥିଲେ ତୋର
ସବୁ ମାୟା ବନ୍ଧ କାଟି ଦେଇ ସେତ
     ଆନନ୍ଦ ବିହାର ତାର ।
ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୀତା ଶାସ୍ତ୍ର ବଳେ
    ସର୍ବ ଜ୍ଞାନ ଅଧିଶ୍ଵର ।
ଜୀବ ପରମଙ୍କ ମିଳନ୍ତି ସକଳ
  ଭକ୍ତ ସଙ୍ଗେ ଏକାକାର। ।
ଚିତ୍ତ ରଞ୍ଜନ କୁ ଥରେ ଶୁଣି ଦେଲେ
    ଚିତ୍ତ ହୁଅଇ ପ୍ରସନ୍ନ ।
ଭାବରେ ଭାବକୁ ଛୁଇଁ ଦେଲେ ତାକୁ
      ସକଳ ହୁଅଇ ପୂର୍ଣ୍ଣ । 
ମାନବ ଜୀବନ ବହୁ ଭାବପୂର୍ଣ୍ଣ
   ତାକୁ କେ ପାରିବ କଳି।
ସାଂସାରିକ ମାୟ ମୋହ ଜାଲେ ବନ୍ଧା
    ସମସ୍ତେ ହୁଅନ୍ତି ଭାଳି।
ଜ୍ଞାନୀ ଗୁଣି ମାନ ବର୍ଦ୍ଧିତ ହୁଅନ୍ତି
  ଚିତ୍ତ ପ୍ରସନ୍ନତା ତୋଳି ।
ବିଶାଳ ସମୁଦ୍ର ପତନଠାରୁ ସେ
   ସଂସାର ର ଦୁଃଖ ଵଳି ।
ସମୟର ଚକ୍ର ଘୂରି ଵୁଲି ଚାଲେ
      ଗତି କୁ ଆୟତ କରି ।
ଆସୁଛି ଉଝାଣୀ ବହୁଛି ଶ୍ରାବଣୀ
     ତାଳମେଳ ଶବ୍ଦ ବାରି।
ସବୁ ସମସ୍ୟାର ସମାଧାନ ପାଇଁ
    ଚିତ୍ତ ପ୍ରସନ୍ନତା ଭରି ।
ଉଦୟ କିରଣ ବିକିରଣ କରି
     ଯୋଗମାୟା ବଳେ ହରି ।
ପତ୍ର, ପୁଷ୍ପ,ଫଳ ପ୍ରତ୍ୟକ୍ଷ ଭାବରେ
    ମାନବ ଜୀବନ ବଳ ।
ଆନନ୍ଦ ଉଲ୍ଲାସେ ପ୍ରସନ୍ନତା ଚିତ୍ତେ
    ଦୁଃଖ ନ ଛୁଅଇ କାଳ ।
ଆମ ଶିକ୍ଷା ପାଇଁ ଦେଖ ତାକୁ ଚାହିଁ
    ମଳୟ ସମୀର ବାହୀ ।
  ଦୁଃଖ ସୁଖ ଭରା ସମାନତା ଧାର
    ବିଚଳିତ ହୋଇ ନାହିଁ।

       ସରୋଜିନୀ ପତି

         ରସୁଲପୁର, ଜିଲ୍ଲା-ଯାଜପୁର

Related posts

ମଧୁମିତା ମିଶ୍ର ଙ୍କ କବିତା ସନେଟ୍…ଆଇ ୱିଶ 

masiha

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା =ରଜ ମଉଜ

masiha

ପ୍ରତିମା ଶତପଥି ଙ୍କ କବିତା = ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ

Sunil Chandra Nayak

Leave a Comment

error: Content is protected !!