ସାହିତ୍ୟ ଅଗଣାସରୋଜିନୀ ପତି ଙ୍କ କବିତା l l l ପ୍ରସନ୍ନତା l l l by Sunil Chandra NayakDecember 28, 2022December 28, 2022072 Share0 l l l ପ୍ରସନ୍ନତା l l l ସରୋଜିନୀ ପତି ଚିତ୍ତ ପ୍ରସନ୍ନତା ଥିଲେ ସଜନୀ ଲୋ ସବୁଠି ସଫଳ ହେବୁ । ମନର ବିଷାଦ ଥିଲେ ବାବୁ ତୋର କର୍ମ ରେ ବିଫଳ ହେବୁ । ପରମ ଆନନ୍ଦେ ପରମା ନନ୍ଦ ଲୋ ଅନ୍ତରରେ ଥିଲେ ତୋର ସବୁ ମାୟା ବନ୍ଧ କାଟି ଦେଇ ସେତ ଆନନ୍ଦ ବିହାର ତାର । ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୀତା ଶାସ୍ତ୍ର ବଳେ ସର୍ବ ଜ୍ଞାନ ଅଧିଶ୍ଵର । ଜୀବ ପରମଙ୍କ ମିଳନ୍ତି ସକଳ ଭକ୍ତ ସଙ୍ଗେ ଏକାକାର। । ଚିତ୍ତ ରଞ୍ଜନ କୁ ଥରେ ଶୁଣି ଦେଲେ ଚିତ୍ତ ହୁଅଇ ପ୍ରସନ୍ନ । ଭାବରେ ଭାବକୁ ଛୁଇଁ ଦେଲେ ତାକୁ ସକଳ ହୁଅଇ ପୂର୍ଣ୍ଣ । ମାନବ ଜୀବନ ବହୁ ଭାବପୂର୍ଣ୍ଣ ତାକୁ କେ ପାରିବ କଳି। ସାଂସାରିକ ମାୟ ମୋହ ଜାଲେ ବନ୍ଧା ସମସ୍ତେ ହୁଅନ୍ତି ଭାଳି। ଜ୍ଞାନୀ ଗୁଣି ମାନ ବର୍ଦ୍ଧିତ ହୁଅନ୍ତି ଚିତ୍ତ ପ୍ରସନ୍ନତା ତୋଳି । ବିଶାଳ ସମୁଦ୍ର ପତନଠାରୁ ସେ ସଂସାର ର ଦୁଃଖ ଵଳି । ସମୟର ଚକ୍ର ଘୂରି ଵୁଲି ଚାଲେ ଗତି କୁ ଆୟତ କରି । ଆସୁଛି ଉଝାଣୀ ବହୁଛି ଶ୍ରାବଣୀ ତାଳମେଳ ଶବ୍ଦ ବାରି। ସବୁ ସମସ୍ୟାର ସମାଧାନ ପାଇଁ ଚିତ୍ତ ପ୍ରସନ୍ନତା ଭରି । ଉଦୟ କିରଣ ବିକିରଣ କରି ଯୋଗମାୟା ବଳେ ହରି । ପତ୍ର, ପୁଷ୍ପ,ଫଳ ପ୍ରତ୍ୟକ୍ଷ ଭାବରେ ମାନବ ଜୀବନ ବଳ । ଆନନ୍ଦ ଉଲ୍ଲାସେ ପ୍ରସନ୍ନତା ଚିତ୍ତେ ଦୁଃଖ ନ ଛୁଅଇ କାଳ । ଆମ ଶିକ୍ଷା ପାଇଁ ଦେଖ ତାକୁ ଚାହିଁ ମଳୟ ସମୀର ବାହୀ । ଦୁଃଖ ସୁଖ ଭରା ସମାନତା ଧାର ବିଚଳିତ ହୋଇ ନାହିଁ। ସରୋଜିନୀ ପତି ରସୁଲପୁର, ଜିଲ୍ଲା-ଯାଜପୁର