ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l l ଜଣାଣ l l l

l l l ଜଣାଣ l l l

 

ମାନଗୋବିନ୍ଦ ସ୍ବାଇଁ

ଡାକ ଦେଲା କାକ ରାତି ଗଲା ପାହି
    ଦ୍ବାର ଫିଟା ଗଲା ଖୋଲି
ଚାରିପାଖ ବୁଲି ମନ୍ଦିର ଦର୍ଶନ
   ନିଜକୁ ଧନ୍ୟ ମୁ଼ ହେଲି।
ହରିରାମ ଜପି ମନ୍ଦିର ଭିତରେ
   ବାଇଶି ପାହାଚ ଚଢ଼ି
ଭଜନ ଜଣାଣ ଗାଇ ଗାଇ ମୁହଁ
      ପ୍ରଭୁଙ୍କୁ ପ୍ରାର୍ଥନା ପଢ଼ି।
ରୂପ ଦେଖି ମନ ମୋ ଭାବ ରହିଲା
    ମୋ ଚକ୍ଷୁ ହେଲା ମିଳନ
ପ୍ରଭୁ କହି ଦେଲେ ଜୀବନ ସୂଚନା
     ଭାବ ଭକ୍ତିରେ ଜୀବନ।
ପୂଜା ବିଦ୍ଧି କରି ରତ୍ନବେଦୀ ପରେ
     ମୋ ଦୁଃଖ ସବୁ ଜଣାଇ
ଗୁପ୍ତ ଭାବ ଦେଇ ଅନ୍ତର ଭିତରେ
    ମନ୍ତ୍ରେ ପ୍ରଭୁ ମୋ ମିଳଇ।
ପ୍ରଭୁ ମୋ ଦର୍ପଣ ନିତି ମୁହିଁ ଦେଖେ
     ଭଲମନ୍ଦ ମୋ ବିଚାର
ଠିକ ତ ବାଟରେ ଯିବା ପାଇଁ ମୋତେ
     ନିର୍ଦ୍ଦେଶ ଦିଅ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ମହାବାହୁ

Sunil Chandra Nayak

ମହାସ୍ମିତା ଓଝା ଙ୍କ କବିତା ଏଇତ ସଂସାର ନାଟ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏତ ପ୍ରଚାର ପ୍ରସାର ଯୁଗ

Sunil Chandra Nayak

Leave a Comment

error: Content is protected !!