ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା =ରଜ ମଉଜ

  ରଜ ମଉଜ

       ଡ଼ା. ଦେବୀ ପ୍ରସାଦ ମିଶ୍ର

ବରଷକେ ଥରେ ଆସିଛି ରଜ
ସାଥିରେ ଧରିଣ ନୂଆ ମଉଜ
ସଭିଙ୍କର ଆଜି ବଡ଼ ପରବ
ଧରଣୀରାଣୀର ରଜ ଉତ୍ସବ।୦।
ରଜ ପାଳିବାକୁ ଏ ତିନି ଦିନ
କୁଆଁରୀ ଝିଅଙ୍କ ଆନନ୍ଦ ମନ
ପାଦରେ ଅଳତା ରଙ୍ଗ ରଂଜାଇ
ନୂଆ ପୋଷାକରେ ଦେହ ସଜାଇ।୧।
ଆନନ୍ଦରେ ଦୋଳିଗୀତକୁ ଗାଇ
ଦୋଳିଗୀତେ ଚତୁର୍ଦ୍ଦିଗ କମ୍ପାଇ
ଘରେ ଘରେ ହୁଏ କଉଡ଼ି ଖେଳ
ବନ୍ଧୁ ବାନ୍ଧବଙ୍କ ହୁଅଇ ମେଳ।୨।
ରଜ ପୋଡ଼ପିଠା ଭାରି ସୁଆଦ
ରଜ ପାନ ସାଥେ ମାରି ଲବଙ୍ଗ
ଆମରି ସଂସ୍କୃତି ଆମ ଗୌରବ
ପରମ୍ପରା ମାନି ପାଳିବା ପର୍ବ।୩।
ପହିଲି ରଜରେ ହେବା ସଜ ବାଜ
ରଜ ସଂକ୍ରାନ୍ତିରେ ଯେ ଦ୍ୱିତୀୟ ରଜ
ତିନି ରଜ ଦିନରେ ଭୂମି ଦହନ
ପାଳିବା ସଭିଏଁ କରି ଯତନ।୪।
ତାହା ପର ଦିନ ବସୁମତୀ ସ୍ନାନ
ଚାଷୀ ଭାଇଙ୍କର ମନ ଉଚ୍ଛନ୍ନ
ଜମିରେ ତାହାର କରିବ ଚାଷ
ସଭିଙ୍କ ମୁଖରେ ଫୁଟିବ ହସ।୫।

ଡ଼ା.ଦେବୀ ପ୍ରସାଦ ମିଶ୍ର

ଅବସରପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷକ,
ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ।
ରାଷ୍ଟ୍ରପତି ସ୍କାଉଟ୍ ,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍,ଭ୍ରାମ୍ୟମାଣ ଅବୈତନିକ ସାମାଜିକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ତଥା ସମ୍ବାଦଦାତା 
ରଚନା କାଳ :ତା.୧୪.୦୬.୨୦୧୬ରିଖ।(ରଜ ସଂକ୍ରାନ୍ତି)
ସମୟ:ପ୍ରାତଃ ୫ ଘଟିକା।
ଯୋଗାଯୋଗ ଠିକଣା :
‘ଦେବାନୁଭବନ’,ମିଶ୍ର ଲେନ,ଆନନ୍ଦ ନଗର, କାଠଗଡ଼ା, 
ୱାର୍ଡ଼ ନମ୍ବର ୦୧, ପୋଷ୍ଟ/ଜିଲ୍ଲା :ଢେଙ୍କାନାଳ,ପିନ୍-୭୫୯୦୦୧,(ଓଡ଼ିଶା)
ଭ୍ରାମ୍ୟମାଣ ଦୂରଭାଷ :୯୪୩୭୧୦୬୫୬୯,୭୦୦୮୯୫୯୯୪୫;
୯୪୩୮୬୫୧୬୯
ଇ -ମେଲ : debisirscience@gmail.com
debiprasadmishra085@gmail.com

Related posts

ସତ୍ୟ ସିଂ ବାଗ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା // ବସୁଧା କାନ୍ଦୁଛି

Sunil Chandra Nayak

ଅପରାଜିତା ପରିଡ଼ା ଙ୍କ କବିତା // ସତ୍ୟ ଶିବ ସୁନ୍ଦର

Sunil Chandra Nayak

Leave a Comment

error: Content is protected !!