ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ପ୍ରଭାତ ସମୟ

ସକାଳର ଜଣାଣ

  ପ୍ରଭାତ ସମୟ

ବିଜୟ କୁମାର ଜେନା

ପ୍ରଭାତ ସମୟ ଉପସ୍ଥିତ ଏବେ
          ଅନ୍ଧାର ହେଲାଣି ଦୂର
ସାରା ଆକାଶ ଟା ନାଲି ଦିଶିଲାଣି
            ସୁରୂଜ ମଥା ଉପର।
ସୁନ୍ଦର ସୁନ୍ଦର ଫୁଲ ଫୁଟି ଅଛି
              ତା ପରେ କାକର ବିନ୍ଦୁ
ବିହଙ୍ଗମ ଗାଏ ମଧୁର ସଙ୍ଗୀତ
                ଉଛୁଳି ପଡୁଛି ସିନ୍ଧୁ।
ସୁନେଲୀ ରଙ୍ଗର ନଈ ପଠା ଦିଶେ
              ରୂପା ବାଲି କି ସୁନ୍ଦର
ସୂରୁଜ କିରଣ ସାତ ରଙ୍ଗ ଭରା
               ସୃଷ୍ଟି କର୍ତ୍ତା ଯାଦୁକର।
ସେହି ପ୍ରଭୁ ସିନା ଭରି ଦେଇ ଛନ୍ତି
                ଜଳେ କୁଳୁ କୁଳୁ ତାନ
ପ୍ରଭାତ ସମୟ ଶାନ୍ତ କମନୀୟ
                 ମୃଦୁ ମନ୍ଦ ପ୍ରଭଞ୍ଜନ 
ମିଳି ମିଶି ଆମେ ପ୍ରାର୍ଥନା କରିବା
                 ବିଶ୍ଵ ପିତା ଶ୍ରୀ ପୟରେ
କୃତଜ୍ଞତା ଭାବ ମନ ସମର୍ପିବା
                  ଥିବା ଯାଏ ସଂସାରରେ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ସରୋଜ କୁମାର ସାହୁ ଙ୍କ କବିତା // ମିଠା ଦରଦ

Sunil Chandra Nayak

ନାୟକ ଅକ୍ଷୟ ରଜହସ୍ତୀ ଙ୍କ କବିତା = ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ କବିତା // ଜାଗରଯାତ୍ରା / ଉଜାଗର ଯାତ୍ରା

Sunil Chandra Nayak

Leave a Comment

error: Content is protected !!