ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସା ପକ୍ଷରୁ ବିଭିନ୍ନ ଦାବିରେ ରେଳରୋକ ଆନ୍ଦୋଳନ

ମୟୂରଭଞ୍ଜ:- ୧୧/୦୨/୨୩; ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବହଳଦାରୋଡ (ଝରାଡିହି) ଷ୍ଟେଷନରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଆସା) ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ବହଳଦା ଶାଖା ପକ୍ଷରୁ ଏକ ଦିବସୀୟ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।

      ଆଜି ଭାରତ ବର୍ଷର ପ୍ରଥମ ସ୍ବତନ୍ତ୍ର ସେନାନୀ ବୀର ସହୀଦ ବାବା ତିଲକା ମାଝୀ’ଙ୍କ ଜୟନ୍ତୀ ଅବସରରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଝାରଖଣ୍ଡ ରାଜ୍ୟର ଗିରଡିହି ଜିଲ୍ଲା ସ୍ଥିତ ମାରାଂବୁରୁ – ଯୁଗ ଜାହେର ପୂଜାସ୍ଥଳ ପର୍ବତକୁ ଜୈନ ଧର୍ମାଲମ୍ବି’ଙ୍କୁ ଝାରଖଣ୍ଡ ସରକାର ଦ୍ବାରା ହସ୍ତାନ୍ତର କରାଯିବା ବିରୁଦ୍ଧରେ ତଥା ସାର୍ନା ଧର୍ମକୋଡ ଦାବିରେ ଆଜି ଓଡିଶା ସମେତ ଝାରଖଣ୍ଡ, ଆସାମ, ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରେ ରେଳରୋକ ଆନ୍ଦୋଳନ କରା ଯାଇଛି। ବହଳଦା ରୋଡ (ଝରାଡିହି) ଠାରେ ଅଲଇଣ୍ଡିଆ ପାରଗାନା ମାଡଓ୍ବା ଓଡିଶା ଷ୍ଟେଟ୍ ପନତ୍ ପାରଗାନା କାଲୁରାମ ମୁର୍ମୁ’ଙ୍କ ନେତୃତ୍ବରେ ରେଳରୋକ ଆନ୍ଦୋଳନ କରାଯାଇଲା। ଏଥିରେ ବ୍ଳକ ସ୍ତରୀୟ ସଭାପତି ତଥା କର୍ମକର୍ତ୍ତା’ଙ୍କ ସହିତ ବହୁ ମହିଳା ସମର୍ଥକ ଉପସ୍ଥିତ ରହିଥିଲେ। ରେଳରୋକ ଆନ୍ଦୋଳନରେ ଟାଟା-ବାଦାମପାହାଡ ଦ୍ବିତୀୟ ପାସେଞ୍ଜର ଟ୍ରେନ୍ କୁ ଦୀର୍ଘ ତିନିଘଣ୍ଟା ଧରି ଅଟକ ରଖା ଯାଇଥିବା ବେଳେ ଟାଟା-ବାଦାମପାହାଡ-ଗୁଆ ପାସେଞ୍ଜର ଟ୍ରେନ ସହ ବହୁ ମାଲବାହୀ ଟ୍ରେନ ମଧ୍ୟ ଅଟକି ରହିଥିଲା। ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବାବେଳେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। 

   ସୂଚନା ଅନୁସାରେ ଝାରଖଣ୍ଡ ରାଜ୍ୟ ଗିରଡିହି ଜିଲ୍ଲାର ପିରଟାଣ୍ଡ ବ୍ଲକରେ ଅବସ୍ଥିତ ପାରସନାଥ ପର୍ବତ ଯାହାକୁ ଆଦିବାସୀ ସମ୍ପ୍ରଦାୟରେ ମାରାଂବୁରୁ ଭାବରେ ଯୁଗଯୁଗରୁ ପୂଜାସ୍ଥଳ ଭାବେ ମାନି ଆସୁଥିବାବେଳେ ମାରାଂବୁରୁ ଇଶ୍ବର’ଙ୍କ ପୂଜାଅର୍ଚ୍ଚନା ଓ ଦର୍ଶନ କରି ଆସୁଛନ୍ତି। ଉକ୍ତ ପର୍ବତରେ ସାନ୍ତାଳ ସମ୍ପ୍ରଦାୟର ଲୋକେ ବିଭିନ୍ନ ପୂଜା ପାର୍ବଣରେ ହିର୍ଲା ମାରାଂବୁରୁ ଉଚ୍ଚାରଣ କରି ନିଜକୁ ସମର୍ପିତ କରିଥାନ୍ତି। ସେଠାରେ ଆଦିବାସୀ ମାନଙ୍କ ଯୁଗ ଜାହେର ଗାଳ୍ (ପୂଜାସ୍ଥଳ) ରହିଛି। ଯେମିତି ହିନ୍ଦୁ ମାନଙ୍କ ଅଯୋଧ୍ୟାର ଶ୍ରୀରାମ ମନ୍ଦିର, ମୁସଲମାନ ମାନଙ୍କ ମକ୍କାମଦିନା, କ୍ରିଷ୍ଟିୟାନ ମାନଙ୍କ ଭାଟିକାନ୍ ସିଟି ଗିର୍ଜାଘର ତଥା ଶିଖ୍ ଧର୍ମାଲମ୍ବି ମାନଙ୍କ ଅମୃତସର ର ସ୍ବର୍ଣ୍ଣ ମନ୍ଦିର ରହିଛି ଆଦିବାସୀ ମାନଙ୍କ ପାଇଁ ଏହା ତା’ଠାରୁ କମ୍ ମହତ୍ବପୂର୍ଣ୍ଣ ନୁହେଁ। ସରକାର ତଥା ପ୍ରଶାସନ ପକ୍ଷରୁ ସାର୍ନା ଧର୍ମାଲମ୍ବି ତଥା ଧର୍ମ ବିଶ୍ବାସ ଉପରେ ଆକ୍ରମଣ କରି ମାରାଂବୁରୁ ପର୍ବତକୁ ଆଦିବାସୀ ମାନଙ୍କ ଠାରୁ ଛଡାଇ ନେଇ ଜୈନ ଧର୍ମାଲମ୍ବି’ଙ୍କୁ ହସ୍ତାନ୍ତର କରିବା ଆଦିବାସୀ ମାନଙ୍କ ଆସ୍ଥା, ଅସ୍ମିତା ଓ ମାନ ସ୍ବାଭିମାନ ପ୍ରତି କୁଠାରାଘାତ ବୋଲି ବିବେଚନା କରାଯାଉଛି। ଆଦିବାସୀ ସେଙ୍ଗେଲ ଅଭିଯାନ’ ଭାରତ ଏବଂ ବିଶ୍ବର ଆଦିବାସୀ ସମୁଦାୟ ମାନଙ୍କ ତରଫରୁ ମାରାଂବୁରୁ (ପାରସନାଥ) ପର୍ବତକୁ ଫେରାଇଦେବା ପାଇଁ ଦାବି କରିଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

masiha

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

A five day workshop on Enhancing Digital Literacy of School Teachers towards Women Empowerment 

Leave a Comment

error: Content is protected !!