ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ଶ୍ରମିକ

   ଶ୍ରମିକ

ନଳିନୀ ପ୍ରଭା ମିଶ୍ର

ଜୀବନ ଫଳକେ କଷୁଥାଏ ଯିଏ
  ସଦା କଷଣ ଗଣିତ
ଶ୍ରମ ତାଲିକାରେ ନାମଟି ଯାହାର
  ହୋଇଛି ରହି ଲିଖିତ
ପାଷାଣର ସାଥେ ହୁଅଇ ପାଷାଣ
  କର୍ମ ଆଭିମୁଖ୍ୟ କରି
କ୍ଳାନ୍ତ ହୀନ ମନେ ଦୁଃଖ ଅନାଟନେ
  ବାହିନିଏ ଜୀବନ ତରୀ
   ସେ ଆମ ଶ୍ରମିକ ଭାଇ
  ସମାଜର ଲାଗି ତା’ର ଅବଦାନ
  ପଟାନ୍ତର ଅବା! କାହିଁ?
 ହୋଇଥାଏ ସିଏ ପରଦେଶୀ ଲୋକ
   ଛାଡି ନିଜ ଭିଟା ମାଟି
ତା’ହାତ ତୂଳୀରେ ଗଢି ଦେଇଥାଏ
  କୋଠାବାଡ଼ି ପରିପାଟୀ
ସହେ ଜାଡ ତାତି ମନେ ନାହିଁ ଭୀତି
  ଖଟୁଥାଏ ନିରନ୍ତର
ତା’ର ଅଭାବରେ ସମ୍ଭବ ନୁହେଁ
  ଆମ ଦେଶ ପ୍ରଗତିର
 ସେ ଆମ ଶ୍ରମିକ ଭାଇ
ତା’ର ବିନା ଆମ ଜୀବନ ଧାରଣ
 ପରିଚୟ କିଛି ନାହିଁ।
ଆସିଅଛି ଆଜି ବିଜ୍ଞାନ ର ଯୁଗ
  ବଢ଼ିଛି ଯାନ୍ତ୍ରିକ ବଳ
ତଥାପି ଶ୍ରମିକ ଛାଡି ନାହିଁ ତା’ର
   କୌଳିକ କୌଶଳ।
ସେ ଆମ ଶ୍ରମିକ ଭାଇ
ତା’ର ଉନ୍ନତି ର କରିବା ଯୋଜନା
(ତା’ର) ଶ୍ରମର ଜୟ ଗାଇ।
ଶ୍ରମିକ ଦିବସ ହୁଅଇ ପାଳିତ
   ଶ୍ରମିକ ର ଶ୍ରମ ଲାଗି
ପ୍ରତିଟି ମାନସେ ତାତ୍ପର୍ଯ୍ୟ ମହତ୍ତ୍ଵ
   ଉଠିଆସୁ ସଦା ଜାଗି।
କୋଟିଏ ଲେଲିନ୍ ଜନମିବେ ଦେଶେ
   ସର୍ବହରା ନୀତି ନେଇ
କ୍ଷମତାର ବୁକୁ ଚିରି ଜାଗି 
  ଉଠ ହେ! ମଣିଷ ଭାଇ।
କୋଟି ରକ୍ତର ଦାନ
ଶ୍ରମିକ ଭାଇ ସେ ଚିର ବନ୍ଦନୀୟ
ଯୁଗେ ଯୁଗେ ମହୀୟାନ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଆଦରମଣି ପ୍ରଧାନ ଙ୍କ କବିତା // ତୁମେ ଆସୁଛ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ସିଂଦୂରା ଫାଟୁଛି

Sunil Chandra Nayak

Leave a Comment

error: Content is protected !!