ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜଗମୋହନ ପଟ୍ଟନାୟକ ଙ୍କ କବିତା = ଶ୍ରମିକ ଦିବସ

ଶ୍ରମିକ ଦିବସ

ଜଗମୋହନ ପଟ୍ଟନାୟକ

(ସମାଜସେବୀ,ବରିଷ୍ଠ ପତ୍ରକାର)
ଆଜି ଶ୍ରମିକ ଦିବସ ମନେ ପଡୁନାହିଁ  
ନେତାଙ୍କ ଦରଦ କେତେ ତୁମ ପାଇଁ
ଲୁହ ତାର କେବେ ଶୁଖିବ ନାହିଁ
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ମୁଣ୍ଡଝାଳ ତୁଣ୍ଡେ ରକତ ବୁହାଇ
ଜୀବନ ସାରା ସେ ଖଟି ଚାଲିଥାଏ 
ଦିଓଳି ଦିମୁଠା ପାଇବା ପାଇଁ
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ନିର୍ଦୟ ଦୁନିଆ ତା ଦୁଃଖ ବୁଝେନା 
ଶୋଷଣ କରଇ ଧର୍ମକୁ ଡରେନା
କେହି ତା ଦୁଃଖକୁ ବୁଝିବେ ନାହିଁ 
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ଦରଦୀ ମଣିଷ ଦୁଃଖେ ସଢୁ ଅଛି 
ସମସ୍ତେ ରୁହନ୍ତି ତାହା ପାଇଁ ସୁଖୀ
ତାର ଶ୍ରମଦାନ କେ ପାରିବ ସୁଝି
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ସବୁରି ମୁହଁରେ ଦେଇ ସେ ହରଷ
ଜୀବନରେ ତାର ପାଇଲାନି ସୁଖ
ଶ୍ରମିକ ଦିବସେ କର ଅନୁଚିନ୍ତା
କିପରି ଏ ଦେଶେ ସେ ପାଇବ ସୁଖ
ହେ ଜନ ମାନସ ଉଜ୍ଜୀବିତ ହୁଅ
ତାଙ୍କୁ ଏ ସମାଜେ ସମ୍ମାନ ଦିଅ
ଭାରତ ମାତାର ସବୁ ତ ସନ୍ତାନ
ସେ କାହୁଁ ହୋଇବ ଏତେ ହିନିମାନ
ତେବେ ଯାଇ ଦେଶ ପ୍ରଗତି ସମ୍ଭବ
ଜଗମୋହନର ଆହ୍ବାନ ଶୁଣ
ଶ୍ରମିକଙ୍କ ପ୍ରତି ଦୟଭାବ ରଖି
ପବିତ୍ର ଦିବସେ କରିବା ପଣ ।

ଜୟ ପାଟଣା , କଳାହାଣ୍ଡି 

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା//ସ୍ଵାଗତ ନବ ବର୍ଷ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ କବିତା //ଏଇ ଖ୍ରୀଷ୍ଟ ମାସର କାହାଣୀ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା __ ନୀଡ଼ __

Sunil Chandra Nayak

Leave a Comment

error: Content is protected !!