l l ବିରହି ଭାଷା l l
ଉପେନ୍ଦ୍ର କୁମାର ବସ୍ତିଆ
ଅନେକ ସପନ ଦେଖିଥିଲି ମୁହିଁ
ରାତି ଯାହା ଗଲା ପାହି
ଯାହା ଗଲାରହି ବାକି ମୋ ସପନେ
ତାହାପାଇଁ ରାତି ନାହିଁ ।
ଅତୀତ କଥାକୁ ଛାତି ତଳେ ଚାପି
ନୀରବେ ରହିଛି ଚାହିଁ
ସବୁ ସପନରେ ଆସୁଥାଅ ସାଥୀ
ମୋ ଆଖି ସପନ ହୋଇ ।
ବିରହ ନିଆଁରେ କୁହୁଳି କୁହୁଳି
ଖୋଜେ ଶାମୁକାରୁ ମୋତି
ଜଳି ଜଳି ଶେଷେ ଶେଷ ହୋଇଲାଣି
ଭୁଲିନି ଅତୀତ ସ୍ମୁତି ।
କେତେ ଜହ୍ନରାତି ଏକାଠି କାଟିଛେ
ବେଳାଭୂମି ପରେ ବସି
ପ୍ରେମ ସୁନାମିରେ ବୁଡି ଯାଇଥିଲେ
ସ୍ମୃତିରେ ଯାଉଛି ଭାସି ।
ପ୍ରେମର ପାଉଣା ଦେବାପାଇଁ କହି
ପ୍ରତାରଣା ଯାହା କଲ
ବିଶ୍ୱାସରେ ମୋର ଭରି ଦେଇ ବିଷ
ପିଇବାକୁ ମୋତେ ଦେଲ ।
ତୁମେ ଚାଲିଗଲ ଜହ୍ନ ରାଇଜକୁ
ଜହ୍ନର କଳଙ୍କ ହୋଇ
ଅତୀତ ସ୍ମୃତିକୁ ନେଇ ମୁଁ ବଞ୍ଚିଛି
ନୀଳ ନୀଳିମାକୁ ଚାହିଁ ।
ରାଉରକେଲା