ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ବିରହି ଭାଷା l l

  l l ବିରହି ଭାଷା l l

 

  ଉପେନ୍ଦ୍ର କୁମାର ବସ୍ତିଆ

   
ଅନେକ ସପନ ଦେଖିଥିଲି ମୁହିଁ 
    ରାତି ଯାହା ଗଲା ପାହି 
ଯାହା ଗଲାରହି ବାକି ମୋ ସପନେ 
    ତାହାପାଇଁ ରାତି ନାହିଁ ।
ଅତୀତ କଥାକୁ ଛାତି ତଳେ ଚାପି 
    ନୀରବେ ରହିଛି ଚାହିଁ 
ସବୁ ସପନରେ ଆସୁଥାଅ ସାଥୀ 
    ମୋ ଆଖି ସପନ ହୋଇ ।
ବିରହ ନିଆଁରେ କୁହୁଳି କୁହୁଳି
  ଖୋଜେ ଶାମୁକାରୁ ମୋତି
ଜଳି ଜଳି ଶେଷେ ଶେଷ ହୋଇଲାଣି
    ଭୁଲିନି ଅତୀତ ସ୍ମୁତି ।
କେତେ ଜହ୍ନରାତି ଏକାଠି କାଟିଛେ 
    ବେଳାଭୂମି ପରେ ବସି 
ପ୍ରେମ ସୁନାମିରେ ବୁଡି ଯାଇଥିଲେ 
    ସ୍ମୃତିରେ ଯାଉଛି ଭାସି ।
ପ୍ରେମର ପାଉଣା ଦେବାପାଇଁ କହି 
     ପ୍ରତାରଣା ଯାହା କଲ 
ବିଶ୍ୱାସରେ ମୋର ଭରି ଦେଇ ବିଷ 
    ପିଇବାକୁ ମୋତେ ଦେଲ ।
ତୁମେ ଚାଲିଗଲ ଜହ୍ନ ରାଇଜକୁ
    ଜହ୍ନର କଳଙ୍କ ହୋଇ 
ଅତୀତ ସ୍ମୃତିକୁ ନେଇ ମୁଁ ବଞ୍ଚିଛି 
    ନୀଳ ନୀଳିମାକୁ ଚାହିଁ ।

      ରାଉରକେଲା

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା l l ସ୍ବାଗତ ନବବର୍ଷ l l

Sunil Chandra Nayak

ଅରୂପ କୁମାର ବିଶ୍ବାଳ ଙ୍କ କବିତା // ମହା ଶିବରାତ୍ରୀ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l

Sunil Chandra Nayak

Leave a Comment

error: Content is protected !!