ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ 

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ ଚିକିଲି ଗ୍ରାମରେ ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି l ଅପରାହ୍ନରେ ଆଖ ପାଖ ଅଞ୍ଚଳରୁ ୨୦ ଟି ଗ୍ରାମରୁ ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚ୍ଚି ଆସି ମା କଙ୍କାଳୁଣୀ ଠାକୁରାଣୀଙ୍କର ମନ୍ଦିର ନିକଟରେ ପହଞ୍ଚି ପୂଜାର୍ଚ୍ଚନା ପରେ ମନ୍ଦିର ପାର୍ଶ୍ଵରେ ବସିଥିବା ବଜାର ରେ ସମସ୍ତ ଲାଠି, କୁର୍ଚ୍ଚି, ଶିରା, ଦିଶାରି ବାଦ୍ୟର ତାଳେ ତାଳେ ନାଚି ନାଚି ପରିକ୍ରମା କରି ମନ୍ଦିର ନିକଟକୁ ଫେରି ଆସି ସସମ୍ମାନେ ସେଠାରେ ରଖାଯାଇଥିଲା । ମୁଖ୍ୟ ପୂଜାରୀ ତୁଳାରାମ ପୂଜାରୀ, ସଦା, ବଳରାମ, ଗଣପତି, ବୁଦନ ପୂଜାରୀ, ଘନେ ମାଝୀ, ଲଛୁ, ବଦର ମାଝୀ, ଡମୁ, ରାମାନିଧି, ଚିତ୍ରସେନଗୌଡ, ପଦମୁ, ଲଖମୁ, ମୁକୁନ୍ଦ, ବୈଶାଖୁ ଭତ୍ରl, ସ୍ଵାଧୀନ ପଟ୍ଟନାୟକ, ଇଶ୍ଵର ଗାଣ୍ଡା, କୃଷ୍ଣ ହରିଜନ ପ୍ରମୁଖଙ୍କ ମିଳିତ ସହଯୋଗରେ ଖୁବ ସୁନ୍ଦର ପରିଚାଳନା ହୋଇଥିଲା l ରାତ୍ରିରେ ମନୋରଞ୍ଜନ ନିମନ୍ତେ ଟୁଟିଗୁଡା ଗ୍ରାମର ଭୂବନ ବାଘ ଗୁରୁ ଙ୍କ ସମାଜିକ ନାଟକ “ଭାଗ୍ୟ ମୋ କହୁଛି ଜୀବନ ଗପ” ଓ ଦେଓ- ଭୋଗ ପାଖ ବରକାନି ଗ୍ରାମର ଗୁରୁ ରୋହିତ ନାଗେଶ ଙ୍କ ନିର୍ଦ୍ଦେଶନାରେ “ଧନ ପାଖେ ମନ ବନ୍ଧା ପଡିଛି” ମା ଭଣ୍ଡାରୁଣୀ ନାଟ୍ୟ କଳା ଅନୁଷ୍ଠାନ ଦ୍ଵାରା ମଞ୍ଚସ୍ଥ ହୋଇଥିଲା l ଏଥି ନିମନ୍ତେ ଏଠାରେ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ବହୁ ସଂଖ୍ୟାରେ ଗହଳି ପରିଲକ୍ଷିତ ହୋଇଥିଲା l ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପ୍ରକାଶ ପଣ୍ଡା, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ l ବୁଧବାର ସମସ୍ତ ଲାଠି, କୁର୍ଚ୍ଚି, ପୂଜାରୀ, ଶିରା ଯିଏ ଯାହାର ଆଣି ଆସିଥିଲେ ନିଜ ନିଜ ଆସ୍ଥାନ କୁ ଅପରାହ୍ନରେ ପ୍ରତ୍ୟାବର୍ତ୍ତନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅନୁଷ୍ଠିତ ହେବ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ଉତ୍ସବ

masiha

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ 

Sunil Chandra Nayak

ଇମାନୁଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!