ଓଲଟିଲା ମାଲ୍ ବୋଝେଇ ଟ୍ରକ
ବାଲେଶ୍ଵର,୧୩/୧୨/୨୩ – ରାଣିତାଲ – ଧୋବାଗଡିଆ ରାସ୍ତାରେ ଘଟିଛି ଦୁର୍ଘଟଣା, ହୋଇନି କାହାରି କ୍ଷତି । ଖବର ସଂଗ୍ରହରୁ ଜଣାଯାଇଛି କି ଆଜି ଅପରାହ୍ନରେ କୁପାରି ଖଣି ଅଞ୍ଚଳରୁ ଟ୍ରକଟି ଖଣିଜ ପଦାର୍ଥ ବୋଝେଇ କରି ରାଣିତାଲ ଆଡକୁ ଦୃତ ଗତିରେ ଯାଉଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ପାଣିଛତ୍ର ଓ ଡୁଙ୍ଗୁରା ମଝିରେ ଥିବା ଭୀମନାଥପୁର ଛକ ନିକଟରେ ଓଲଟି ପଡିଥିଲା । ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଦେଖିବା ପାଇଁ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଯଦିଓ ଏହି ଘଟଣାରେ କୌଣସି ପଥଚାରୀ କିମ୍ବା ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର କ୍ଷତି ହୋଇନାହିଁ, ହେଲେ ଟ୍ରକଟରେ ଥିବା ଖଣିଜ ପଦାର୍ଥ ଏଣେତେଣେ ବିଛୁରିତ ହୋଇ ପଡିଥିବାର ଦେଖାଯାଇଥିଲା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବଦ କରି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଆରମ୍ଭ କରିଛି । ଏତେ ଚଉଡା ଓ ଫାଙ୍କା ରାସ୍ତାରେ ଟ୍ରକଟି ଓଲଟି ପଡିବାର କାରଣ ଦୃତଗତି ଯୋଗୁଁ ହୋଇଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।।