ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉପାନ୍ତ ଅଞ୍ଚଳ ରେ ନିରାଶୟ ଙ୍କୁ ଶାଢ଼ୀ ବାଣ୍ଟିଲେ ବିଜେପି କର୍ମକର୍ତ୍ତା

ଉପାନ୍ତ ଅଞ୍ଚଳ ରେ ନିରାଶୟ ଙ୍କୁ ଶାଢ଼ୀ ବାଣ୍ଟିଲେ ବିଜେପି କର୍ମକର୍ତ୍ତା

ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ କୁ ଦୃଷ୍ଟିରେ ରଖି ସମାଜସେବା କ୍ଷେତ୍ରରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ନିରାଶ୍ରୟ ମହିଳା ଙ୍କୁ ଶୁକ୍ରବାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ଦୁର୍ଗମ ଓ ପାହାଡ଼ ଘେରା ଅଞ୍ଚଳ ରେ ରହିଥିବା ବିରିମୁହାଁଣ,ଆନ୍ଧି ଝରଣ, ଟିର୍ଲିଆମ,କାଦୋମଳି, ଛକପଡା, ଗାଈବନ୍ଧା ଓ ବରାଡ଼ଙ୍ଗା ପଞ୍ଚାୟତ ର ନୂଆଗାଁ, ପିଣ୍ଢା ପଦର,ଝୁଲେନବର ଗ୍ରାମରେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ମଣ୍ଡଲ ସମ୍ପାଦକ ତୁଲାରାମ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ସନ୍ତୋଷ ମାଝି, ଚକ୍ରଧର ବେଶ୍ରା ସମେତ ଜଗନ୍ନାଥ ସେବା ସମିତି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଢ଼ୀ ବଣ୍ଟନ କରିଛନ୍ତି। ବିରିମୁହାଁଣ ଠାରେ ବିଜେପି ର କର୍ମକର୍ତ୍ତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସହ ଭାଗୀତା ରେ ବିଜେପି କର୍ମକର୍ତ୍ତା ଙ୍କ ମିଳିତ ସହଯୋଗ ରେ ନୂଆଁଖାଇ ପୂର୍ବରୁ ନିରାଶ୍ରୟ ବୃଦ୍ଧ ମହିଳା ଙ୍କୁ ଏହି ଭେଟି ନିଶ୍ଚିତ ଭାବେ ମାନବିକତା ଓ ସମାଜସେବା ପାଇଁ ଏକ ଉଦାହରଣ ବୋଳି ଉପସ୍ଥିତ ନେତା ମାନେ ମତ ପ୍ରକାଶ କରିଛନ୍ତି।ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ପୂର୍ବରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାର ରୁ ଉର୍ଦ୍ଧ୍ବ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଟାଟା ପାୱାର ର ଗ୍ରାହକ ଶୋଷଣ ନିତୀ ବିରୁଦ୍ଧରେ ଓ ସମସ୍ତ ପରିବାର କୁ ୨ଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ମାତୃଦିବସରୁ ମହିଳାଙ୍କ ଅଧିକାର ପାଇଁ ବିଜୁ ମହିଳା ଜନତା ଦଳର ରଣହୁଙ୍କାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

masiha

Leave a Comment

error: Content is protected !!