ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

ଆସିକା,୨୧/୦୮/୨୫ — ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକ ର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମ ରେ ପାଗଳା କୁକୁର ଆକ୍ରମଣ ରେ ଯୁବକ, ବୃଦ୍ଧ, ମହିଳା ମାନେ ଶିକାର ହୋଇଥିବା ଦେଖିବାକୁ ମିଳିଛି l ଘରୁ ବାହାରି ଚାଷ ଜମି କୁ ଯିବା ବେଳେ, ମନ୍ଦିର ରୁ ଫେରିଲା ସମୟରେ,ଶୌଚ ସାରି ଆସୁଥିବା ବେଳେ କିମ୍ବା ରାସ୍ତାରେ ଚାଲିଯିବା ସମୟରେ ହଠାତ କୁକୁର ମାନେ କାମୁଡି ରକ୍ତାକ୍ତ କରୁଥିବା ଦେଖିବାକୁ ମିଳିଛି l ଆହତ ମାନଙ୍କୁ ନିକଟସ୍ଥ ଆସିକା ଉପ ଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯିବା ସହିତ ରାବିଜ ଟୀକା ପ୍ରଦାନ କରାଯାଇଛି l ଆସିକା ମେଡିକାଲ କୁ କୁକୁର କାମୁଡା ରେ ଆସିଥିବା ଲୋକ ମାନେ ହେଉଛନ୍ତି ଧରାକୋଟ ବ୍ଲକ ର କୁସୁରାବ ଗ୍ରାମର ବିପ୍ର ପ୍ରଧାନ, ରମେଶ ଗୌଡ଼, ଅଶ୍ୱିନୀ ଡାକୁଆ, ଇନ୍ଦ୍ର ରାଉତ, କାଶୀନାଥ ଜେନା, ଲକ୍ଷ୍ମୀପୁର ର ବିଶ୍ୱନାଥ ଦାସ, ବାରିଗୁଡା ର ବନମାଳୀ ଦାସ ବୋଲି ଜଣାପଡିଛି l ଗ୍ରାମବାସୀ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଯୋଗୁଁ ଭୟ ଭିତ ରହିଥିବା ଦେଖିବାକୁ ମିଳିଛି l ସରକାର ଙ୍କ ପକ୍ଷରୁ ବୁଲା କୁକୁର ମାନଙ୍କୁ ଆବଶ୍ୟକୀୟ ନିୟମିତ ଟୀକାକରଣ ନହେବା ଏହାର କାରଣ ବୋଲି ପଶୁପ୍ରେମୀ ମାନେ ମତ ରଖିଥିବା ବେଳେ ଅନ୍ୟମାନେ ଅଚାନକ ଲଗାଣ ବର୍ଷା ଯୋଗୁଁ କୁକୁର ମାନେ ବର୍ଷାରେ ଅତ୍ୟଧିକ ଭିଯିଯିବା ଫଳରେ ପାଗଳ ହୋଇଯାଇଥିବା ଆକଳନ କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

masiha

ଦଶହରାରେ କାମାକ୍ଷା ଏନଏସି ର ୨ ଥର ତଣ୍ଟିଚିପା ଟିକସ ଆଦାୟ …ବିରୋଧରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉଠା ବ୍ୟବସାୟୀଙ୍କ ଦାବିପତ୍ର

Sunil Chandra Nayak

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

masiha

Leave a Comment

error: Content is protected !!