ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

ବନ୍ଧୁଗାଁ ତା ୨୮/୧୦/୨୪ ବନ୍ଧୁଗାଁ ବ୍ଲକ ବଡ଼ସରପଲ୍ଲୀ ପଞ୍ଚାୟତ ସାନସରପଲ୍ଲୀ ଗାଁ ର ବିଜେପି ଜିଲ୍ଲା ସମ୍ପାଦକ ଶରତ ପାତ୍ରଙ୍କ ଘରୁ ଏକ ଦାମଣା ସାପ ଉଦ୍ଧାର କରାଯାଇଛି। ଆଜି ମଧ୍ୟାହ୍ନ ସମୟରେ ନିଜ ଘରେ ସାପ ଥିବା ଜାଣି ସ୍ଥାନୀୟ ଅଞ୍ଚଳର ସାପ ଧରିବାରେ ପୋଖତ ଚିତ୍ତରଞ୍ଜନ ରାୟ ଙ୍କୁ ଫୋନ କରଯାଇଥିଲା। ସେ ସଙ୍ଗେ ସଙ୍ଗେ ପହଞ୍ଚି ଘର ଭିତରେ ଥିବା ସାପକୁ ଦେଖି ହାତରେ ନିର୍ଭୟରେ ଧରି ଉଦ୍ଧାର କରି ଥିଲେ।  ବ୍ଲକ ଚାରି ଦିଗରେ ପାହାଡ ପର୍ବତ ରେ ଘଞ୍ଚ ଜଙ୍ଗଲ ରହିଛି ଏଥିପାଇଁ ଅନେକ ବିଷଧର ସାପ ଗାଁ ଭିତରକୁ ଚାଲି ଆସିଥାନ୍ତି।ସାପ ଧରାଳି ରାୟ ବାବୁ ସବୁ ସ୍ଥାନରେ ଫୋନ କଲ୍ ପାଇ ଆଜି ପର୍ଯ୍ୟନ୍ତ ଶତାଧିକ ସାପ ଜୀବନକୁ ବାଜି ଲଗାଇ ଧରିଥାନ୍ତି ଓ ଜଙ୍ଗଲକୁ ନେ଼ଇ ଛାଡ଼ି ଦେଇ ନିଜ ଘରକୁ ଫେରି ଆସନ୍ତି। ତାଙ୍କୁ ସରକାରଙ୍କ ତରଫରୁ ସମସ୍ତ ସାପ ଧରାଳିଙ୍କ ପରି ସୁବିଧା ସୁଯୋଗ ଯୋଗାଇ ଦେବାକୁ ବନ୍ଧୁଗାଁ ବ୍ଲକର ଜନସାଧାରଣ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

 ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର 

Related posts

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

masiha

Leave a Comment

error: Content is protected !!