ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କୁ ମିଳିନି ୫ ମାସ ଦରମା ଡିଇଓ ଅଫିସରେ ପଡ଼ି ରହିଛି ଫାଇଲ 

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କୁ ମିଳିନି ୫ ମାସ ଦରମା ଡିଇଓ ଅଫିସରେ ପଡ଼ି ରହିଛି ଫାଇଲ 

ବନ୍ଧୁଗାଁ ତା ୨୮/୧୦/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧିନରେ ଥିବା ଯୁକ୍ତ ଦୁଇ ଅତିଥି ଅଧ୍ୟାପକଙ୍କୁ ମିଳିନି ୫ ମାସର ଦରମା । ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବାରୁ ଶତାଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପାସ ପରେ ବ୍ଲକରେ କଲେଜ ନ ଥିବାରୁ ପାଠ ପଢାରୁ ବଞ୍ଚିତ ହେଉଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ଦାନ ଆରମ୍ଭ ହୋଇଥିଲା। ଏହା ଜାଣି ଅନେକ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଆନନ୍ଦ ଭରି ଦେଇଥିଲା। ସରକାର ନିୟମିତ ଅଧ୍ୟାପକ ନିଯୁକ୍ତି ହୋଇ ପାରୁ ନ ଥିବାରୁ ଖାଲି ପଡିଥିବା ପଦବୀ ପାଇଁ ୭ ଜଣ ଅତିଥି ଅଧ୍ୟାପକଙ୍କୁ ରଖି ଶିକ୍ଷାଦାନ ଜାରି ରଖିଥିଲେ। କିନ୍ତୁ ଦୁଃଖର ବିଷୟ ଆଜକୁ ୫ ମାସ ହେଉଛି ଦରମା ମିଳିପାରି ନାହିଁ ଅଧ୍ୟାପକଙ୍କୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଅନୁଦାନ ଅର୍ଥ ଯୋଗାଇ ଦେଇଛନ୍ତି। ଯାହା ଫଳରେ ଜିଲ୍ଲା ଶିକ୍ଷା ଅଧିକାରୀ ଆମ କୋରାପୁଟ ଜିଲ୍ଲା କଲେଜର ଅତିଥି ଅଧ୍ୟାପକ ମାନଙ୍କୁ ଦରମା ଦେଇଥିବା ବେଳେ ଆମ ବନ୍ଧୁଗାଁ ଅତିଥି ଅଧ୍ୟାପକଙ୍କୁ ଦରମା ମିଳି ପାରି ନାହିଁ। ଅନ୍ୟପକ୍ଷରେ ଅତିଥି ଅଧ୍ୟାପକ ଗୋଟିଏ କ୍ଲାସ ପିଛା ୪୦୦ ଟଙ୍କା ଦିଆଯାଉଛି ପୁଣି ସିଲବସ ଅନୁଯାଇ ଠିକ ସମୟରେ ପାଠ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟ ପଟେ ଆଜି ପର୍ଯ୍ୟନ୍ତ କଲେଜ ନିର୍ମାଣ କାମ ଅଟକି ରହିଛି। ଜିଲ୍ଲା ଓ ବ୍ଲକ ପ୍ରଶାନ କଲେଜ ନିର୍ମାଣ କାମ ସାରିବା ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ଦେଖାଯାଉଥିବା ସମସ୍ୟା ସମାଧାନ କରିବା ପାଇଁ ତତ୍ପରତା ଦେଖାଯାଉ ନାହିଁ। ସକାଳ ୭ ଘଣ୍ଟାରେ କ୍ଲାସ ଆରମ୍ଭ ହୋଇ ୧୦ ଘଣ୍ଟାରେ ଶେଷ ହେବ ଏହା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ଆରମ୍ୱ ହେବ। ଅତିଥି ଅଧ୍ୟାପକ ସମସ୍ତେ ଘର ଭଡ଼ା ନେଇ ବହୁ କଷ୍ଟରେ ପରିବାର ସହିତ ରହି ୫ ମାସ ଦରମା ନ ପାଇ ରହୁଛନ୍ତି। ବର୍ତ୍ତମାନ ଇଂରାଜୀ, ଓଡ଼ିଆ, କେମିଷ୍ଟ୍ରି, ଗଣିତ, ଫିଜିକ୍ସ ବୋଟନି ଓ ଯୁଲଜୀ ପାଇଁ ଅତିଥି ଅଧ୍ୟାପକ ସାତ ଜଣ ରହିଛନ୍ତି। ଏପ୍ରିଲ ରୁ ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ଦରମା ମିଳିନାହିଁ। ଆମ ବ୍ଲକର ଗରିବ ଓ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢାରୁ ଯେପରି ବାଧା ସୃଷ୍ଟି ନ ହେବ ଏଥିପାଇଁ ବ୍ଲକର ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଗୁହାରି କରିଛନ୍ତି।

ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର 

Related posts

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

masiha

ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଏକ ପ୍ରହସନ ନୁହେଁ କି? ଦୁର୍ନୀତି କୁ ଲୁଚାଇବା ପାଇଁ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଉଛନ୍ତି ବିଡ଼ିଓ

masiha

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!