ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ବନ୍ଧୁଗାଁ ତା ୨୮/୧୦/୨୪ ବନ୍ଧୁଗାଁ ବ୍ଲକ ନିଲାବାଡ଼ି ପଞ୍ଚାୟତ କାର୍ଯ୍ୟଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ୱାଟାକା ଜଗାନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ ସଭାପତିତ୍ବ କରିଥିଲେ। ଏଥିସହ ସିହେଚସି ଇନଚାର୍ଜ ଡ଼ା ରଶ୍ମି ରଞ୍ଜନ ସାମଲ, ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ୱରଚନ୍ଦ୍ର ମୁଦୁଲି, ସି ଆରସିସି କେ, ପ୍ରତାପ କୁମାର, ତହସିଲ କାର୍ଯ୍ୟାଳୟରୁ ହେଡକ୍ଲର୍କ,ସମିତି ସଭ୍ୟ ପି ପ୍ରଦୀପ କୁମାର, ଆଇସିଡିଏସ ସୁପରଭାଇଜର ଲିଲି ରାଣୀ ପଣ୍ଡା, ଏମ ,ରାବାଣାମା, ପିଇଓ ପ୍ରବୀଣ କୁମାର ସାହୁକାର, କୃଷି ବିଭାଗ ଓ ପ୍ରାଣୀ ବିଭାଗ ରୁ ଏଲଆଇ ସୁସାଙ୍ଗିନି ଆରସଡା, ଅଙ୍ଗନୱାଡ଼ି କର୍ମୀ ଓ ସ୍ଥାନୀୟ ଦୁର୍ଯ୍ୟ ନାଗ, ସଦାନା ପିଡିକା, ପି ଜଗଦିଶ, ଲାଚିଗା ବେନ୍ୟା ଓ ସୁରେୟା ଉର୍ଲାକା ସମସ୍ତେ ଉପସ୍ଥିତ ରହି ଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ନିଜସ୍ୱ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରି ଥିଲେ। ଶୁଣାଣି ସମୟରେ ବିଶେଶ କରି ନିଲାବାଡି ସଦରରେ ଥିବା ବସୁଧା ପିଇବା ପାଣି ସଂଯୋଗ ସମସ୍ତ ସାହି ଓ ପରିବାର ଙ୍କୁ ହୋଇ ନାହିଁ । ଦଣ୍ଡାବାଡି, ଚେକାପାଡୁ, ଗୁଲୁମିଗୁଡା ଓ ଜୟଗୁଡା ଗ୍ରାମ ପାଇଁ ତିଆରି ହୋଇଥିବା ବସୁଧା ପାଣି ଟାଙ୍କୀ ସମ୍ପୂର୍ଣ ହୋଇଥିଲେ ମଧ୍ୟ ପାଣି ଛଡ଼ା ଯାଉନାହିଁ। ଅତିଶିଘ୍ର ପିଇବା ପାଣି ସୁବିଧା କରିବାକୁ ଅନୁରୋଧ କରାଯାଇଛି। କେନ୍ଦ୍ରସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଁ ନୂତନ ଭାବେ ସର୍ଭେ କରାଯିବ ଯୋଗ୍ୟ ମାଟି କାନ୍ଥ ଓ ଚାଲ ଛପର ଘର ଥିବା ପରିବାରଙ୍କୁ ଦିଆଯିବ ବୋଲି ବିଡ଼ିଓ ଜଣାଇଥିଲେ।

ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର

Related posts

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ। ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

Sunil Chandra Nayak

Leave a Comment

error: Content is protected !!