ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟସ୍ତରୀୟ ‘ଜନଜାତୀୟ ଭାଷା ଉତ୍ସବ’ରେ ଲୋକସଂସ୍କୃତି ଗବେଷକ ରଜତ ପାଣିଗ୍ରାହୀ

ଜାତୀୟସ୍ତରୀୟ ‘ଜନଜାତୀୟ ଭାଷା ଉତ୍ସବ’ରେ

ଲୋକସଂସ୍କୃତି ଗବେଷକ ରଜତ ପାଣିଗ୍ରାହୀ

(ବିଦ୍ୟାଧର ସାହୁଙ୍କ ରିପୋର୍ଟ)

ଜନଜାତୀୟ ଗୌରବ ଦିବସ ଅବସରରେ ଆୟୋଜିତ ଜାତୀୟସ୍ତରୀୟ ‘ଜନଜାତୀୟ ଭାଷା ଉତ୍ସବ’ରେ ଓଡ଼ିଶାର ଯୁବ ଗବେଷକ ତଥା ଲୋକସଂସ୍କୃତି ସାଧକ ରଜତ ପାଣିଗ୍ରାହୀ ଆଲୋଚକ ଭାବେ ଯୋଗଦେଇଛନ୍ତି।କର୍ଣ୍ଣାଟକର ମୈସୁରୁ ସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ସିଆଇଆଇଏଲ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଏହି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗତ ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ‘ସେଲିବ୍ରେଟିଂ ଇଣ୍ଡିଆନ୍ ଲିଙ୍ଗାଷ୍ଟିକ୍ ହେରିଟେଜ୍’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଜାତୀୟ ଆଲୋଚନାଚକ୍ରର ପ୍ରଥମ ଦିନରେ ବଲାଙ୍ଗିରସ୍ଥିତ ଯୁବୋଦୟ କଲେଜରେ କାର୍ଯ୍ୟରତ ତଥା ନୂଆପଡ଼ା କୋମନା ବାସିନ୍ଦା ଶ୍ରୀ ପାଣିଗ୍ରାହୀ ନିମନ୍ତ୍ରିତ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ। ‘ମୌଖିକ ପରମ୍ପରାରୁ ଡିଜିଟାଲ୍ ଭବିଷ୍ୟତ ପର୍ଯ୍ୟନ୍ତ ଜନଜାତି ଭାଷା ଓ ଐତିହ୍ୟର ଦଲିଲକରଣ, ସଂରକ୍ଷଣ ଏବଂ ପୁନରୁଦ୍ଧାର ଶୀର୍ଷକ ଆଲୋଚନାରେ ସେ ଅଂଶଗ୍ରହଣ କରି ମୌଖିକ ଐତିହ୍ୟର ଡିଜିଟାଲ୍ ରୂପାନ୍ତର, ସମୁଦାୟ-କୈନ୍ଦ୍ରିକ ପୁନରୁଦ୍ଧାର, ସୁରକ୍ଷା ଓ ଭବିଷ୍ୟତର ସୁଗମତା ଉପରେ ମତ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦେଶରୁ ମାତ୍ର ଚାରିଜଣ ଆଲୋଚକ ଯୋଗ ଦେଇଥିବାବେଳେ ଓଡ଼ିଶାରୁ ଏକମାତ୍ର ଆଲୋଚକ ଭାବେ ସେ ଯୋଗଦେଇଥିଲେ। ଡ.ସୁଜୟ ସରକାରଙ୍କ ସଂଯୋଜନାରେ ଅନୁଷ୍ଠିତ ଅଧିବେଶନରେ ଆସାମ ବିଶ୍ଵବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ. ଡି. ମେରୀ କିମ୍ ହାଓକିପ୍, ସିକିମ୍ ସରକାରଙ୍କ ସ୍ଵତନ୍ତ୍ର କାର୍ଯ୍ୟ ଅଧିକାରୀ ଡ.ବିଷ୍ଣୁ ଏଲ୍ ଭୁଜେଲ୍ ଏବଂ ଟ୍ରିଲିଙ୍ଗାର ହର୍କୁଲସ୍ ମୁଣ୍ଡା ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଯେ,ଲୋକକଳାର ସଂରକ୍ଷକ ପ୍ରଫେସର ରଜତ କୁମାର ପାଣିଗ୍ରାହୀ ବୃତ୍ତିରେ ଅଧ୍ୟାପକ ହେଲେ ମଧ୍ୟ ଲୁପ୍ତ ହେଉଥ‌ିବା ଲୋକକଳା ପାଇଁ ସେ ସାଜିଛନ୍ତି ସଂରକ୍ଷକ।ଏହା ତାଙ୍କର ଏକପ୍ରକାର ନିଶା ପାଲଟିଛି।

ନୂଆପଡ଼ା ଜିଲାର ରାଜ୍‌କୋମନାରେ ଜନ୍ମିତ ରଜତ ବର୍ତ୍ତମାନ ବଲାଙ୍ଗୀର ଜିଲାର ଯୁବୋଦୟ ଜୁନିୟର୍ କଲେଜର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଅଛନ୍ତି। ସେ ୨୦୧୪ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ କୁ ବାହ୍ୟ ପରୀକ୍ଷକ ଭାବରେ ଆସୁଥିଲେ।

ଶିକ୍ଷାଦାନ ସାଙ୍ଗକୁ ଲୋକକଳାକୁ ୨୦୧୭ରୁ ସୋସିଆଲ ମିଡିଆରେ ପ୍ରଚାର ଆରମ୍ଭ ସଂରକ୍ଷଣ କରିବା ଦିଗରେ ସେ ସମୟ ଦେଉଥିଲେ। ତେବେ ୨୦୧୨ରୁ ଆରମ୍ଭ ହୋଇଛି ଏହି ଯାତ୍ରା। ଆଜକୁ ପ୍ରାୟ ୧୧ବର୍ଷ ଧରି ସେ ଏହି ଦିଗରେ କାମ କରୁଛନ୍ତି।ସେ ‘ମାଟିର କଳା’ ନାମକ ଏକ ସଙ୍ଗଠନ ଗଢିଛନ୍ତି । ଶିକ୍ଷାଦାନ କରି ପ୍ରାପ୍ତି ହେଉଥ‌ିବା ଅର୍ଥକୁ ସେ ଏହି ଦିଗରେ ଖର୍ଚ୍ଚ କରନ୍ତି । ଏକ ଯୁବପିଢି ଭାବେ ଲୋକକଳା ସଂରକ୍ଷଣ ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ପ୍ରଶଂସନୀୟ ହୋଇପାରିଛି।

୨୦୧୭ରୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକକଳାକୁ ପ୍ରଚାର ପ୍ରସାର କରିବାର ପ୍ରୟାସ ଆରମ୍ଭ ହୋଇଛି। ୟୁଟ୍ୟୁବ ଓ ଫେସବୁକ୍‌ରେ ମାଟିର କଳା ନାମକ ଏକ ଚ୍ୟାନେଲରେ ସେ ଭିଡିଓ ଅପଲୋଡ କରୁଛନ୍ତି। ପାଖାପାଖ୍ ୯୦ ଭିଡିଓ ସହ ୟୁଟ୍ୟୁବରେ ୧୫ହଜାରରୁ ଉର୍ଦ୍ଧ୍ବ ଲୋକ ତାଙ୍କ ଚ୍ୟାନେଲକୁ ସବ୍‌ସ୍କାଇବ୍ କରି ସାରିଛନ୍ତି।

Related posts

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

Sunil Chandra Nayak

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!