ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ୍ ସ୍କୁଲ ପକ୍ଷରୁ ଏହାର “ଆଭାର” କାର୍ଯ୍ୟକ୍ରମ ଅଧୀନରେ ଏକ ଅଭିଭାବକ ସଚେତନତା ଶିବିର ଅନଳ ଗ୍ରାମରେ ଆୟୋଜିତ ହୋଇଯାଇଅଛି। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ଚାଟ୍ଟାର୍ଜୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଡମ୍ବରୁଧର ମହାନ୍ତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବନମାଳୀ ସାହୁ, ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ରାମାକାନ୍ତ ସାହୁ, ଏବଂ ଖାରବେଳ ଏକାଡେମୀର ଅଧ୍ୟକ୍ଷ ଡ଼ଃ ଅନିଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରେ 

ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଚାଟ୍ଟାର୍ଜୀ,ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ସମ୍ପର୍କକୁ ନୂତନ ଦିଗ ଦେଇ ଶିକ୍ଷାକୁ ଅଧିକ ଜୀବନ ମୁଖୀ ତଥା ଶିଶୁ ମାନଙ୍କର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ‘ ଆଭାର ‘ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ବ୍ୟକ୍ତ କରିଥିବା ବେଳେ ଉପସ୍ଥିତ ଅତିଥିମାନେ ଅଭିଭାବକମାନଙ୍କୁ ଆଜିର ପରିବର୍ତ୍ତନଶୀଳ ସମାଜରେ ଶିଶୁ ମାନଙ୍କର ସଠିକ୍ ଲାଳନ-ପାଳନ, ଶୃଙ୍ଖଳିତ ଜୀବନଶୈଳୀ, ନୈତିକ ମୂଲ୍ୟବୋଧ ଓ ଆଧୁନିକ ସମୟରେ ସଠିକ୍ ଦିଗ ନିର୍ଦ୍ଦେଶ କରିବାରେ ଅଭିଭାବକ ମାନଙ୍କର ପ୍ରମୁଖ ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ।

 ବିଦ୍ୟାଳୟର ଶିକ୍ଷୟିତ୍ରୀ ନିରୁପମା ରଣା, ବିରଜାରାଣୀ ଦାଶ,ସସ୍ମିତା ଜେନା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ବେଳେ ପ୍ରିୟତମା ସ୍ୱାଇଁ ଏବଂ ହୃଦେୟଶ୍ୱର ସାହୁ ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଉଷା ଏ ଡି ଏମ୍ମାନୁଏଲ୍ ଧନ୍ୟବାଦ ଜଣାଇବା ସହ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବିଭିନ୍ନ ଗ୍ରାମରେ ପହଞ୍ଚାଇ ଅଧିକ ସଂଖ୍ୟକ ଅଭିଭାବକ ମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବାକୁ ବିଦ୍ୟାଳୟ ପକ୍ଷରୁ ଘୋଷଣା କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ 

masiha

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ ସହିଦ ସ୍ମୃତି ଦିବସ ପାଳିତ

masiha

କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ 

Sunil Chandra Nayak

Leave a Comment

error: Content is protected !!