ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ -୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପିପିଟି ପ୍ରତିଯୋଗିତା ଅନୁଷ୍ଠିତ

ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ -୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପିପିଟି ପ୍ରତିଯୋଗିତା ଅନୁଷ୍ଠିତ
୬ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ

ଭବାନୀପାଟଣା,  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ (VBYLD)-୨୦୨୭ ଅନ୍ତର୍ଗତ ଚ୍ୟାଲେଞ୍ଜ ଟ୍ରାକ୍‌ର ଜିଲ୍ଲାସ୍ତରୀୟ ପାୱାର ପଏଣ୍ଟ (PPT) ପ୍ରତିଯୋଗିତା ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ OSWAN ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଯୁବ ସଂଯୋଜକ, ମାଇ ଭାରତ ବଂଶ ଶର୍ମା ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ମିଶ୍ର ଉପସ୍ଥିତ ଥିଲେ। ବିଚାରକ ଭାବେ ଡ. କୈଳାସ ଚନ୍ଦ୍ର ଦାସ, ପ୍ରଫେସର ଧୀରେଶ ନନ୍ଦ ଓ ପ୍ରଫେସର ପଞ୍ଚରତ୍ନ ଗିରି ଦାୟିତ୍ୱ ତୁଲାଇଥିଲେ।

ଏହି ପ୍ରତିଯୋଗିତାରେ ୧୩ ଜଣ ଯୁବ ପ୍ରତିଯୋଗୀ “ସ୍ଥାୟୀ ଶିଳ୍ପାୟନ ଓ ସମ୍ବଳଭିତ୍ତିକ ଅଭିବୃଦ୍ଧି” (Sustainable Industrialization and Resource-led Growth) ବିଷୟବସ୍ତୁ ଉପରେ ନିଜ ନିଜର ଅଭିନବ ଚିନ୍ତାଧାରା ଓ ପ୍ରସ୍ତାବକୁ ପାୱାର ପଏଣ୍ଟ ମାଧ୍ୟମରେ ବିଚାରକମଣ୍ଡଳୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ବିଚାରକମଣ୍ଡଳୀଙ୍କ ମୂଲ୍ୟାୟନ ଆଧାରରେ ନିମ୍ନଲିଖିତ ୬ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ VBYLD ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

୧. ସୋହାନୀ ନାଏକ – ପ୍ରଥମ ସ୍ଥାନ

୨. ଶୁଭସ୍ମିତା ପୁରୋହିତ – ଦ୍ୱିତୀୟ ସ୍ଥାନ

୩. ସରନଦୀପ ଖଣ୍ଡପାଣ – ତୃତୀୟ ସ୍ଥାନ

୪. ସତ୍ୟଜିତ ବେଉରା – ଚତୁର୍ଥ ସ୍ଥାନ

୫. ସ୍ମୃତିସୁଧା ସାହା – ପଞ୍ଚମ ସ୍ଥାନ

୬. ନିବେଦିତା ପଟ୍ଟନାୟକ – ଷଷ୍ଠ ସ୍ଥାନ।

ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩,୦୦୦, ୨,୦୦୦ ଓ ୧,୦୦୦ ଟଙ୍କାର ନଗଦ ପୁରସ୍କାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ପ୍ରଦାନ କରିଥିଲେ।

ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ, ନେତୃତ୍ୱ ଦକ୍ଷତା, ସୃଜନଶୀଳ ଚିନ୍ତାଧାରା ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମନୋନୀତ ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନ ରେ ଖାଦ୍ୟନିରାପତ୍ତ ଅଧିକାରୀ ଙ୍କ ଚଢ଼ାଉ : ଭୟରେ ଦୋକାନ ହୋଟେଲ ରେ ତାଲା 

masiha

ଓଡିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ (Civil Aviation) ବିଶ୍ୱସ୍ତରୀୟ କରାଯିବ

masiha

Leave a Comment

error: Content is protected !!