ବନ୍ଧୁଗାଁ ବ୍ଲକ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କସ ଆସୋସିଏସନ କର୍ମୀ ଗର୍ଜିଲେ, ସରକାରୀ କର୍ମଚାରୀ ମାନ୍ୟତା ଓ ଦରମା ବୃଦ୍ଧି
ବନ୍ଧୁଗାଁ ତା ୨୩/୧୧୨୬,ବନ୍ଧୁଗାଁ ବ୍ଲକ ଆଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱର୍କସ ଆସୋସେସନ ର ଆନ୍ଦୋଲନ ରେ ସାମିଲ ହୋଇ ଅଙ୍ଗନୱାଡ଼ି କର୍ମୀ ଓ ଅଙ୍ଗନୱାଡ଼ି ସହାୟିକା ନିଜର ୭ ଦଫା ଦାବି କୁ ନେଇ ରାଜ ରାସ୍ତାକୁ ଓହ୍ଲାଇ ଗର୍ଜନ କରି ଆନ୍ଦୋଲନ କରିଛନ୍ତି। ଆନ୍ଦୋଲନ କୁ ଓହ୍ଲାଇବା ପାଇଁ ଶନିବାର ଦିନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସ୍ଥାନୀୟ ବିଡିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷା, ସିଡିପିଓ ଓ ପୋଲିସ ଥାନାକୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଲନ କୁ ଓହ୍ଲାଇବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଆଜି ଠାରୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କରି ପୋଲିସ ଥାନାରୁ ସିଡ଼ିପିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ହାତରେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ରାଲି କରି ଆନ୍ଦୋଳନ କରିଛନ୍ତି। ଅଙ୍ଗନୱାଡ଼ି କର୍ମୀ ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି, ସରକାରୀ ମାନ୍ୟତା ନ ଦେଲେ ଅଙ୍ଗନୱାଡ଼ି କର୍ମୀ ଙ୍କୁ ମାସିକ ଦରମା ୩୦ ହଜାର ଓ ଅଙ୍ଗନୱାଡ଼ି ସହାୟିକା ଙ୍କୁ ୧୫ ହଜାର ଟଙ୍କା ବୃଦ୍ଧି , ପଦୋନ୍ନତି କ୍ଷେତ୍ରରେ ବୟସ ସୀମା ଉଚ୍ଛେଦ ପାଇଁ ଦାବି ଗୁଡିକ ରହିଛି। ସରକାର ଦାବି ଶୁଣିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କରି ଆନ୍ଦୋଲନ କରିବେ। ଅଙ୍ଗନୱାଡ଼ି କର୍ମୀ ମାନେ ସରକାରଙ୍କ ସମସ୍ତ ବିକାଶ ମୂଳକ ଯୋଜନା କୁ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ କରିବା ସହ ୬୦ ପ୍ରକାର କାମ ଦିନ ରାତି ପରିଶ୍ରମ କରି ଆସୁଛନ୍ତି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଗର୍ଭବତୀ, ପ୍ରସୂତି ମହିଳା, ପୁଷ୍ଟିହୀନ ଶିଶୁ, ଓ ପ୍ରି ସ୍କୁଲ ଶିଶୁ ଙ୍କ ସେବାଯତ୍ନ ସହ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେବେ। ବ୍ଲକ ଅଙ୍ଗନୱାଡ଼ି ଆସୋଷେସନ ସଭାପତି ରେଜିନା ବିଡିକା, ଗେଲୋଦେଇ ସାହୁ, ପ୍ରଭା ନାୟକ, କେ ପଦ୍ମା, ଅପରାଜିତା ନାୟକ, ବାସନ୍ତୀ ଖୋରା , ପି ଭବାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

