ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ

ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

ଧର୍ମଗଡ଼ ସହର ସ୍ଥିତ ପଞ୍ଚାୟତ କଲେଜ ପଡିଆ ଠାରେ ମାଁ ଭଣ୍ଡାରଘରଣୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଅଟଳ ପ୍ରିମିୟର ଲିଗ ୨୦୨୪-୨୫ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ପ୍ରିମିୟର ଲିଗ ଆୟୋଜିତ ହୋଇଥିଲା। 

ଆଜି ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ଓ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଟସ ଜିତି ଫିଲ୍ଡିଂ କରିଥିଲା ନବରଙ୍ଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୭ରନ ସଂଗ୍ରହ କରିଥିଲା ଜବାବରେ ବଲାଙ୍ଗୀର ଦଳ ୧୮୪ ରନ ସଂଗ୍ରହ କରି ନଅଟି ୱିକେଟ ହରାଇ ଉପବିଜେତା ହୋଇଥିଲେ । ଆଜିର ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଅପରେଶ ସ୍ୱାଇଁ,ଆଇନଜୀବୀ ମନୀନ୍ଦ୍ର ପାତ୍ର,ରଞ୍ଜିତ ପଣ୍ଡା,ସାମ୍ବାଦିକ ହେମନ୍ତ ମାଝୀ,ସମାଜସେବୀ ସୁବାଷ ଅଗ୍ରୱାଲ,ଅରୁଣ ତାୟଲ,ଶିଶିର ମେହେର,ସୁବାସ ନାୟକ,ଜିତୁ ବାଗ,ନିରୋଜ କୁମାର ସିଂ,ଦେବେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶେଷରେ କ୍ଲବର ସଭାପତି ସୁବ୍ରତ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

masiha

Leave a Comment

error: Content is protected !!