ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ

ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

ଧର୍ମଗଡ଼ ସହର ସ୍ଥିତ ପଞ୍ଚାୟତ କଲେଜ ପଡିଆ ଠାରେ ମାଁ ଭଣ୍ଡାରଘରଣୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଅଟଳ ପ୍ରିମିୟର ଲିଗ ୨୦୨୪-୨୫ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ପ୍ରିମିୟର ଲିଗ ଆୟୋଜିତ ହୋଇଥିଲା। 

ଆଜି ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ଓ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଟସ ଜିତି ଫିଲ୍ଡିଂ କରିଥିଲା ନବରଙ୍ଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୭ରନ ସଂଗ୍ରହ କରିଥିଲା ଜବାବରେ ବଲାଙ୍ଗୀର ଦଳ ୧୮୪ ରନ ସଂଗ୍ରହ କରି ନଅଟି ୱିକେଟ ହରାଇ ଉପବିଜେତା ହୋଇଥିଲେ । ଆଜିର ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଅପରେଶ ସ୍ୱାଇଁ,ଆଇନଜୀବୀ ମନୀନ୍ଦ୍ର ପାତ୍ର,ରଞ୍ଜିତ ପଣ୍ଡା,ସାମ୍ବାଦିକ ହେମନ୍ତ ମାଝୀ,ସମାଜସେବୀ ସୁବାଷ ଅଗ୍ରୱାଲ,ଅରୁଣ ତାୟଲ,ଶିଶିର ମେହେର,ସୁବାସ ନାୟକ,ଜିତୁ ବାଗ,ନିରୋଜ କୁମାର ସିଂ,ଦେବେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶେଷରେ କ୍ଲବର ସଭାପତି ସୁବ୍ରତ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

masiha

ରାଇରଙ୍ଗପୁର: ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

masiha

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ମହିଳା ଖେଳାଳିମାନ “ଖେଲ ଇଣ୍ଡିଆ ଊମେନସ ଲିଗରେ ” ୬ ଟି ସ୍ବର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୬ ଟି କାଂସ୍ୟ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗର୍ବିତ କରିଛନ୍ତି

masiha

Leave a Comment

error: Content is protected !!