ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଭବାନୀପାଟଣା ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ଓ ଧର୍ମଗଡ ସାଂସ୍କୃତିକ ଉପ କମିଟିର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଭବାନୀପାଟଣା କୁ ଆସୁଥିବା ସାଂସ୍କୃତିକ ଦଳ ଓ ଷ୍ଟାର ପ୍ରୋଗ୍ରାମ ସବୁ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜସ୍ଥାନର ମାଙ୍ଗନିହାର, ହରିୟାନା ର ଘୁମର ଓ ଫାଗ, ପଞ୍ଜାବ ର ଭାଙ୍ଗଡ଼ା, ଝାରଖଣ୍ଡ ର ପାଇକିଆ, ଆସାମ ର ବିହୁ, ମହାରାଷ୍ଟ୍ର ର ଲାବଣୀ, ହିମାଚଳ ପ୍ରଦେଶର ହିମାଚଳି ସମେତ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ତିନି ଦିନ ଧରି ସେମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିରିକୃତ ହୋଇଛି। ଏହାବ୍ୟତୀତ ଷ୍ଟାର ପ୍ରୋଗ୍ରାମ ରେ ପ୍ରଥମ ଦିନରେ ସର୍ବେଶ୍ଵର ଭୋଇ ଓ ସାଥୀ, ଦ୍ଵିତୀୟ ଦିନରେ ବିଷ୍ଣୁ ମୋହନ କବି ଓ ସୌରଭ ନାଏକ, ଭୁବନେଶ୍ଵର ଓ ତୃତୀୟ ଦିବସରେ ଅସୀମା ପଣ୍ଡା ଓ ସାଥୀ ଙ୍କର ସଙ୍ଗୀତ କାର୍ଯକ୍ରମ ପାଇଁ ଚୂଡ଼ାନ୍ତ ଆଲୋଚନା ହୋଇଛି। ଏହା ବ୍ୟତୀତ ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ସେମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଧର୍ମଗଡ଼ ମଞ୍ଚରେ ପ୍ରଦର୍ଶନ କରିବେ। ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ,ଭବାନୀପାଟଣା ସାଂସ୍କୃତିକ ଉପ କମିଟି ର ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ଧର୍ମଗଡ଼ ସାଂସ୍କୃତିକ ଉପ କମିଟିର ସହ ଜିଲ୍ଲାପାଳ ଅଜିତ କୁମାର ଶବର, ଉପ କମିଟି ର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ସଞ୍ଜୀବ କୁମାର ମୁଣ୍ଡ, ପ୍ରଶାନ୍ତ ପଣ୍ଡା, ବିଦ୍ୟାଧର ସାହୁ, ବ୍ରଜେସ ପଣ୍ଡା ଓ ବିଶିଷ୍ଟ ସଙ୍ଗୀତଜ୍ଞ ସର୍ବେଶ୍ଵର ଭୋଇ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

masiha

ଜିପିଏଲଏଫରେ କର୍ମକର୍ତ୍ତା ପରିବର୍ତ୍ତନ କୁ ବିରୋଧ କରି ଇସି ସଙ୍ଘର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

Sunil Chandra Nayak

ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ

masiha

Leave a Comment

error: Content is protected !!