ସାମ୍ବାଦିକଙ୍କ ମାତା ଧର୍ମପରାୟଣ ମହିଳାଙ୍କ ଦେହାନ୍ତ
ରାଇରଙ୍ଗପୁର – (ଅକ୍ଷୟ ବିଶ୍ବାଳ) ୨୦/୦୮ ରାଇରଙ୍ଗପୁର ର ପ୍ରମେୟ ନିଉଜ ସେଭେନ ଟିଭି ସାମ୍ବାଦିକ ସୁଜିତ ପଟନାୟକଙ୍କ ମାତା ଦିପ୍ତି ମହାନ୍ତି(୮୧) ଙ୍କର ଟାଟାନଗର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ଦିପ୍ତି ମହାନ୍ତି ସାନମଉଦା ଉଚ୍ଚ ପ୍ରାଥମିକ ଵିଦ୍ଯାଳୟରେ ୨୦୦୬ ମସିହାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଅବସର ନେଇଥିଲେ ।୨୦୧୨ ମସିହାରୁ ୨୦୧୭ ମସିହାରେ ସେ ସ୍ବାଧୀନ ପ୍ରାର୍ଥି ଭାବେ ଗୋରୁମହିଷାଣୀ ଜୋନରୁ ଜିଲ୍ଲାପରିଷଦ ସଦସ୍ୟ ନିଷ୍ଠାର ସହ ଦାୟିତ୍ବ ତୁଲାଇଥିଲେ । ଗୋରୁମହିଷାଣୀ ଅଞ୍ଚଳର ଜଣେ ଜଣାଶୁଣା ଧାର୍ମିକ ମହିଳା ଥିଲେ ।ସେ ଜଣେ ଧର୍ମପରାୟଣ ଗାୟତ୍ରୀ ପରିବାର ଅନୁଷ୍ଠାନ ସହ ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।ଜଣେ ମିଷ୍ଟଭାଷୀ,ମେଳାପି, ସମାଜସେବୀକା,ଦରଦି ମଣିଷ,ପରୋପକାରୀ ମହିଳା ଥିଲେ ।ତାଙ୍କର ବଡ ପୁଅ ସ୍ବର୍ଗତ ଜିତୁ ପଟନାୟକ ଜଣେ ଅଧ୍ୟାପକ ଓ ଯୁବ ସମାଜସେବୀ ଥିଲେ ।ସାନପୁଅ ସୁଜିତ ପଟନାୟକ ପ୍ରମେୟ ନିଉଜ ସେଭେନର କାର୍ଯ୍ୟରତ ସାମ୍ବାଦିକ ।ବଡନାତି ସିତୁ ମଧ୍ୟ ଜଣେ ଯୁବ ସଂଗଠକ ଓ ସମାଜସେବୀ । ସାନପୁଅ ମଧ୍ୟ ଲିଚୁ ପଟନାୟକ ମଧ୍ୟ ଝାଡ଼ଖଣ୍ଡ ଅଞ୍ଚଳର ଦକ୍ଷ ଯୁବ ସଂଗଠକ। ଟାଟାନଗରରୁ ତାଙ୍କର ମର ଶରୀରକୁ ଅପରାହ୍ନ ୫ ଘଟିକାରେ ସ୍ବର୍ଗ ରଥରେ ତାଙ୍କ ନିଜଗ୍ରାମ ସାନମଉଦାକୁ ଅଣାଯାଇଥିଲା ।ଗୋରୁମହିଷାଣୀ ଅଞ୍ଚଳର ଵହୁ ମାନ୍ଯଗଣ୍ଯ,ବୁଦ୍ଧିଜିବୀ,ଗଣମାଧ୍ୟମ ପ୍ରତିନିଧି,ଜନପ୍ରତିନିଧି ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ଯଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ପରେ ତାଙ୍କ ମର ଶରୀରକୁ ରାଇରଙ୍ଗପୁର ଅଣାଯାଇଥିଲା ।ରାଇରଙ୍ଗପୁର ରେ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜିବୀ,ଗଣମାଧ୍ୟମ ପ୍ରତିନିଧି ,ବିଭିନ୍ନ ସାମାଜାକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ପ୍ରାର୍ଥନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କର ମରଶରୀରକୁ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗ ଦ୍ବାର ନେଇଯାଇଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

