ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵ ଦବି ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

ଖାତିଗୁଡା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵ ଦବି ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

ତେନ୍ତୁଳିଖୁଣ୍ଟି ,୧୯/୦୬/୨୪ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ର ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ରେ ପାଇପ ଲାଇନ ବିଛାଇ ଖାତିଗୁଡା ମୁଖ୍ୟ ରାସ୍ତାକୁ ନଷ୍ଟକରି ଛାଡି ଦେଇଛନ୍ତି ଉଭୟ ଜେ ଏମ ସି ଓ ଜେ ଭି ପି ଆର କମ୍ପାନୀ । ପାନୀୟ ଜଳ ଯୋଗାଇବା ନାମ ରେ ବ୍ଲକର ପ୍ରତ୍ୟେକ ଗ୍ରାମ ରାସ୍ତା ମଧ୍ୟ ପାଇପ ବିଛାଇ ନଷ୍ଟକରି ଦେଇଛନ୍ତି । ମରାମତି କରିବା ନାଁ ଧରୁ ନାହାନ୍ତି ଦୁଇ କମ୍ପାନୀ । ଇତିମଧ୍ୟରେ ଉକ୍ତ ପାଇପ ବିଛାଯାଇଥିବା ସ୍ଥାନରେ କେତେକ ସ୍ଥାନରେ ପାଣି ଲିକ୍ ହେଉଥିବା ରୁ ମୁଖ୍ୟ ରାସ୍ତା ରଥ ଯିବା ରାସ୍ତା ରେ ଦୁଇ ରୁ ଚାରି ସ୍ଥାନ ଖୋଳି କେବଲ ମାଟି ବଜ୍ରି ପକାଇ ଛାଡ଼ି ଦେଇଛି ଜେ ଭି ପି ଆର । ଉଭୟ କମ୍ପାନୀ ଟେଣ୍ଡର ରାଜ୍ୟ ସ୍ତରୀୟ କ୍ୟାବିନେଟ ସ୍ୱୀକୃତ ହୋଇଥିବାରୁ କାହାରିକୁ ମାନୁନାହାନ୍ତି । ଖାତିଗୁଡା ମୁଖ୍ୟରାସ୍ତାରେ ରଥଯାତ୍ରା ବେଳେ ରଥ ଗଡିବ ଏଣୁ ପାଇପ ବିଛାଇବା ପରେ ଉପଯୁକ୍ତ ପଦକ୍ଷେପ ନେଇ ରାସ୍ତା ପୂର୍ବଭଳି ଭାରିଯାନ ଚଳାଚଳ ଉପଯୋଗୀ କରିବାକୁ ପ୍ରତ୍ୟେକ ସ୍ତରରେ ଅନୁରୋଧ କରାଯାଇଥିଲା । ଆସନ୍ତା ୭ ତାରିଖରେ ହେବାକୁ ଥିବା ରଥଯାତ୍ରା ରେ ଲୌହ ନିର୍ମିତ ତିରିଶ ଟନ ଓଜନ ବିଶିଷ୍ଟ ରଥ ଗଡିବ।ପାଇପ ବିଛାଇ ନାମକୁ ମାତ୍ର ମାଟି ବଜରି ପକାଇ ଛାଡି ଦେଇଥିବା ରାସ୍ତାରେ ଗଲେ ରଥଚକ ଦବି ଯିବା ସମ୍ଭାବନା ରହିଛି । ଆହୁରି ମଧ୍ୟ ରଥଟଣା ବେଳେ ବର୍ଷାଦିନ ହୋଇ ଥିବାରୁ ଉକ୍ତ ପାଇପ ବିଛା ଯାଇଥିବା ସ୍ଥାନରେ କାହାର ଗୋଡ଼ ଫସି ଯିବ ସେହି ସମୟରେ ରଥ ଉକ୍ତ ବ୍ୟକ୍ତି ଉପରେ ମାଡିଯିବା ସମ୍ଭାବନା ରହିପାରେ ନଚେତ ଲୋକ ଭିଡ଼ ଯୋଗୁଁ ଜଣେ ଆଉ ଜଣେ ଉକ୍ତ ଫସି ଯାଇଥିବା ବ୍ୟକ୍ତି ଉପରେ ଚଢ଼ି ଯାଇ ପାରେ । ଉକ୍ତ ପାଇପ କାମ ନେଇଥିବା କମ୍ପାନୀକୁ ତୁରନ୍ତ ରାସ୍ତା ଠିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଇନ ଶୃଙ୍ଖଳା ଦିଗ ପ୍ରତି ଦୃଷ୍ଟି ଦେଇ ପୋଲିସ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ଅଛି। ଦାୟିତ୍ଵ ରେ ଥିବା ବିଭାଗୀୟ ଯନ୍ତ୍ରୀ ଙ୍କୁ କହିବାରୁ କହିଲେ ଗତ ବର୍ଷ କମ୍ପାନୀ କୁ କହି ରାସ୍ତା ଠିକ୍ କରିଥିଲୁ ଦେଖୁଛୁ କଣ ହେଇଛି କଣ କରାଯାଇପାରିବ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଡିଜିଟାଲ ମିଡ଼ିଆ ସଂଘର ଜାତୀୟ ପ୍ରେସ ଦିବସ ପାଳିତ 

Sunil Chandra Nayak

ଭାଷା ହିଁ ଜାତିର ପରିଚୟ -ଭାଷା ପ୍ରତି ଅନୁରାଗ କମିବା ବିଡମ୍ବନା – ଜଳେଶ୍ୱରରେ ” ଭାଷା ସାହିତ୍ୟ ବିକାଶ ପରିଷଦ”ର ଶୁଭ ଉଦଘାଟିତ 

Sunil Chandra Nayak

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

Leave a Comment

error: Content is protected !!