କାମାକ୍ଷାନଗର (ମନିସ )3/5/23 // ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମପଂଚାୟତରେ ବସୋଈ ଉଚ୍ଚ ବିଦ୍ୟାଳୟ ର 2010 ମସିହା ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଂକ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବସୋଈ ଗ୍ରାମର ଗୁଠସାହି ର ଏକ ଆମ୍ବ ବଗିଚା ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବହୁ ଆଡମ୍ବରରେ ସମ୍ପନ୍ନ କରିଥଲେ ଓ ସମସ୍ତେ ବହୁତ ଖୁସି ଅନୁଭବ କରିଥିଲେ l ସରୋଜ, ସୂର୍ଯ୍ୟ, ରାଜା ଜଗା, କାଳିଆ, ଦିପୁ, ମିଥୁନ, ଲିପୁନ, ଉପେନ୍ଦ୍ର ଦାୟୀତ୍ବ ନେଇ କାର୍ଯ୍ୟକ୍ରମ ସମ୍ପୂର୍ଣ କରିଥିଲେ l
previous post