ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଗୁଣ୍ଡାନଙ୍କ ଆଜି ଉଦଯାପନା 

ମା ଗୁଣ୍ଡାନଙ୍କ ଆଜି ଉଦଯାପନା 

ତା, ୧୯/୬/୨୪,ଯାତରା ଆଣିବା ଦିନ ପାଇଁ ବହୁତ ଶ୍ରଧାଳୁ ଅପେକ୍ଷାରେ ଥାନ୍ତି I ଯାତରା ଆସିବା ପରେ ଶ୍ରଧାଳୁ ଙ୍କ ଭିଡ଼ ଯାତରାରେ ଜମିଥାଏ I ଯାତରା ରେ ଆସିଥାଏ ଅନେକ ଦୋକାନ ବଜାର ଓ ପିଲାଙ୍କ ପାଇଁ ଖେଲିବାର ଖେଳଣା ଝୁମି ଥାନ୍ତି ପିଲାଙ୍କୁ ନେଇ ପରିବାର ମୁଖ୍ୟ I ଏମିତି ଦେଖିବାକୁ ମିଳିଥିଲା ବନ୍ଧୁଗାଁ ବ୍ଲକର ତୁରୁକୁ ପେଟା ଗ୍ରାମରେ ଗତ ୧୦ ତାରିଖରେ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିବା ମା ଗୁଣ୍ଡାନା ଘଟ ଯାତରା I ମା ଙ୍କ ୯ ଦିନ ଘଟ ଯାତରା ଚଳିତ ବର୍ଷ ବହୁତ ଲୋକଙ୍କ ଭିଡ଼ ସହ ଉତ୍ସାହିତ ଭାବରେ ମାଙ୍କୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଜମିଥିଲେ I ଉକ୍ତ ୯ ଦିନ ଧରି ଚାଲିଥିବା ଯାତରାରେ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ସୋମବାର ଦିନ ଆନ୍ଦ୍ର ପ୍ରଦେଶର ଏକ ତେଲୁଗୁ ନାଟ୍ୟ ଆଣିଥିଲେ ଓ ଶେଷ ତଥା ମଙ୍ଗଳ ବାର ଦିନ ରାତିରେ କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକର ବାଣ୍ଡିଗୁଡା ଗ୍ରାମର ରୁଦ୍ର ଭାଇ ଲକାଲ ଟୋକା ନାମକ ଗଣ ନାଟକ ର କାର୍ଯ୍ୟକ୍ରମ ଯାତ୍ରା ଉପଲକ୍ଷେ ଲୋକଙ୍କ ମନରୋଞ୍ଜନ ପାଇଁ କରାଯାଇଥିଲା I ଏହି ଚାଲିଥିବା ଯାତରା ତୁରୁକୁ ପେଟା ଗ୍ରାମର ପୂଜା କମିଟିର ସମସ୍ତ ସଦସ୍ୟ ଯାତରା କୁ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରି ୯ ଦିନ ଯାକ ସୃରୁଖୁରରେ ନିଭାଇ ଥିବାରୁ ଅଞ୍ଚଳବାସୀ ସାଦୁବାଦ ଜଣାଇଥିଲେ I ଆଜି ମାଙ୍କ ସ୍ଥାଇ ମନ୍ଦିରରେ ମାଙ୍କୁ ଭସାଣୀ କରାଯିବାର ମୁହୂର୍ତ୍ତ ରେ ମାଙ୍କ ନାମରେ କିଛି ମାନଶିକ ରଖିଥିବା ଭକ୍ତଗଣ ମାନସିକ ପରିପୂର୍ଣ୍ଣ ହୋଇଥିବାରୁ ମାଙ୍କ ନାମରେ କୁକୁଡ଼ା, ଛେଳି ବଳି ଦେଇଥାନ୍ତି I ଆଜି ଦିନରେ ଖୁସିରେ ମାଙ୍କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥାଇ ମନ୍ଦିରେ ଛାଡି ଦେବା ସମୟରେ ଗ୍ରାମବାସୀ ରଙ୍ଗ ଖେଳରେ ଖେଳି ନାଚ ଗିତ ସହ ମାଙ୍କୁ ବିଦାୟ କରିଥାନ୍ତି I ସପ୍ତାହକୁ ବାର ଅନୁଯାଇ ମା ଭକ୍ତଙ୍କ ଠାରୁ ପୂଜା ପାଇଥାନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

Sunil Chandra Nayak

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

Leave a Comment

error: Content is protected !!