ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

ଗୋଳନ୍ଥରା ନିକଟସ୍ଥ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସୁଶ୍ରୀ ଏମ୍. ଅଭିପ୍ସା ଅତିଥି ପରିଚୟ ପ୍ରଦାନ କରି ଉପସ୍ଥାପନା କରିଥିଲେ । ଏଥିରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଶ୍ରୀ ସଂଜିତ୍ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଦିବସର ଶୁଭେଛା ଜଣାଇ ଭାରତର ସ୍ଵାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ । ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ଉଠାନସିଂ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ଉପାଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସଲିଡର କର୍ମକର୍ତ୍ତା, ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପିରାମିଡ୍ ହୋଇଥିଲା । ଶେଷରେ ଶ୍ରୀମତୀ ନିଶିଗନ୍ଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ 

masiha

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!