ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

ଗୋଳନ୍ଥରା ନିକଟସ୍ଥ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସୁଶ୍ରୀ ଏମ୍. ଅଭିପ୍ସା ଅତିଥି ପରିଚୟ ପ୍ରଦାନ କରି ଉପସ୍ଥାପନା କରିଥିଲେ । ଏଥିରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଶ୍ରୀ ସଂଜିତ୍ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଦିବସର ଶୁଭେଛା ଜଣାଇ ଭାରତର ସ୍ଵାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ । ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ଉଠାନସିଂ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ଉପାଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସଲିଡର କର୍ମକର୍ତ୍ତା, ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପିରାମିଡ୍ ହୋଇଥିଲା । ଶେଷରେ ଶ୍ରୀମତୀ ନିଶିଗନ୍ଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!