ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ହିଁ ସେବା ଦିବସ ପାଳନ

ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ହିଁ ସେବା ଦିବସ ପାଳନ

କାମାକ୍ଷାନଗର (ମନିସ )1/10/23 // ଯଶସ୍ବି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସ୍ବଛତା ହିଁ ସେବା ଦିବସ ପାଳନ କରାଯାଉଛି । ସେହିପରି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପାଳିତ ହୋଇଯାଇଛି ଏହି ଦିବସ । ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ବେହେରାଙ୍କ ତତ୍ବାବଧାନରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ମିଳିତଭାବେ ପାଳନ କରିଛନ୍ତି । ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତ ଏକ ସଭାଗୃହରେ ଡଃ ବେହେରା ସମସ୍ତଙ୍କୁ ସ୍ବଛତା ହିଁ ସେବା ସମ୍ପର୍କରେ ସବିଶେଷ ବିବରଣୀ ଜଣାଇଥିଲେ । ପ୍ରଥମେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫା କରିବା ସହିତ ବୃକ୍ଷ ରୋପଣ କାର୍ଯକ୍ରମ ସମାପନ କରାଯାଇଥିଲା । ପରେ ସଚେତନତା ପାଇଁ ସମସ୍ତେ ଏକ ରାଲି ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରୁ ବାହାରି ସ୍ଥାନୀୟ ଅଞ୍ଚଳ ପରିଭ୍ରମଣ କରିଥିଲେ । ନିଜେ ସଫା ରହିବା ସହିତ ନିଜର ଚତୁଃପାର୍ଶ୍ଵ ସଫା ରଖିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମାଝୀ ଯୋଗ ଦେଇ ସମସ୍ତଙ୍କୁ ସ୍ବଛତାର ବାର୍ତ୍ତା ଦେଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଘ ଆତଙ୍କ, ଗୃହ ପାଳିତ ପ୍ରାଣୀଙ୍କୁ ଆକ୍ରମଣ କରି ନିଜର ଆହାର ବନାଇଲା କଲରାପଥରିଆ ବାଘ

Sunil Chandra Nayak

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକଙ୍କ ପିତା ପ୍ରାକ୍ତନ ଶିକ୍ଷକ କରମଚାନ୍ଦ ମହାନ୍ତଙ୍କ ଦେହାନ୍ତ 

masiha

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ନର୍ଲା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ,  ୫୪ ୟୁନିଟ ରକ୍ତ ସଂଗୃହୀତ 

Sunil Chandra Nayak

Leave a Comment

error: Content is protected !!