ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

କୋକସରା,୧୬/୨ // ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚଳଣି ମହାନ । ଆମର ଇଷ୍ଟ ଦେବୀ ମା ସମଲେଇଙ୍କ ମନ୍ଦିରକୁ ଭବ୍ୟ ନୂଆ ରୁପରେଖ ଓ ରୂପାନ୍ତରିତ କରିଥିବାରୁ ମୁଁ ଓଡିଶା ସରକାର ନବୀନ ପଟ୍ଟନାୟକଙ୍କ ଠାରେ ଚିର କୃତଜ୍ଞ ବୋଲି ନିଜର ଅଭିଭାଷଣରେ କହିଥିଲେ ପଶ୍ଚିମ ଓଡ଼ିଶାର କୋଶଲି ଭାଷାକୁ ବିଶ୍ୱ ଦରବାରରେ ନେଇ ପହଞ୍ଚାଇ ଥିବା କବି ପଦ୍ମଶ୍ରୀ ହଳଧର ନାଗ ।ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡୁଡୁକାଠେଙ୍ଗା ପଞ୍ଚାୟତ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଚେତନତା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ , ବିଶିଷ୍ଟ ଅତିଥି ରୂପେ ପଦ୍ମଶ୍ରୀ ଲୋକକବି ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆତ୍ମା କମିଟି ଅଧ୍ୟକ୍ଷ କୋକସରା ବ୍ଲକ ଋତୁରାଜ ମାଝୀ, ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ, ପୂର୍ବତନ ସରପଞ୍ଚ ବନମାଳୀ ବାଗ, ଡାଲିମ୍ବ ନାଏକ, ସବିତା ବାଣୁଆ ଉପସ୍ଥିତ ରହି ବିଜେଡି ସରକାରଙ୍କ ବିକାଶ, ଲୋକାଭିମୁଖୀ ଓ ସୁଦୂର ପ୍ରସାରି ଯୋଜନା ଉପରେ କହିଥିଲେ। ଏହି ଅବସରରେ ଉତ୍ସର୍ଗୀକୃତ ମନୋଭାବ ପାଇଁ ଡୁଡୁକାଠେଙ୍ଗା ଉଚ୍ଚ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ଦୁଇ ମହିୟସୀ ବୃଦ୍ଧା ମହିଳା ପୁର୍ଣ୍ଣି ମୁଲକିଆ ଓ ବେଳମତି ମାଝୀ, ପଞ୍ଚାୟତ ପାଇଁ ଜମି ଦାନ କରିଥିବା ବନମାଳୀ ବାଗ, ଗାଁ ଗୌନ୍ତିଆ ଦିଗାମ୍ବର ନାଗ, ପୂର୍ବତନ ମହିଳା ସରପଞ୍ଚ ଡାଲିମ୍ବ ନାଏକ, ସବିତା ବାଣୁଆ, ଆଦର୍ଶ ଶିକ୍ଷକ କୁମୁଦ ଚନ୍ଦ୍ର ଚଣ୍ଡି, ସମାଜସେବୀ ଖଗେଶ୍ବର ପାଣିଗ୍ରାହୀ, ମଣିରାମ ବାଣୁଆ ଓ ବରିଷ୍ଠ ଖବରଦାତା ସନତ କୁମାର ପ୍ରଧାନୀ, ଯୁବ ଖବରଦାତା ଦୁଷ୍ମନ୍ତ ପାଟ୍ଟଯୋଷୀ, ଜଗଦୀଶ ନାଏକ, ହିରଣ୍ୟ ବେହେରା ଓ ମଞ୍ଚ ପରିଚାଳକ କ୍ଷୀରସିନ୍ଧୁ ବାଣୁଆଙ୍କୁ ପଞ୍ଚାୟତ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କ୍ଷୀରସିନ୍ଧୁ ବାଣୁଆ କରିଥିବା ବେଳେ ଖଗେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡି କର୍ମି ଓ ସରକାରୀ ବିଭାଗର ଷ୍ଟଲରେ ମିଲେଟ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ। ପଞ୍ଚାୟତ ପିଇଓ କିଶୋର ନାଏକ, ଜିଆରଏସ ଶିବ ଗହୀର ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

masiha

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଲେନିନ୍ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!